ଭଦ୍ରକ: ଭଣ୍ଡାରୀପୋଖରୀ ନିକଟରେ ଓଲଟିଲା ଆମ୍ବୁଲାନ୍ସ, ୩ ଗୁରୁତର
ଭଦ୍ରକ(କେନ୍ୟୁଜ୍): ଓଲଟିଲା ଆମ୍ବୁଲାନ୍ସ। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପରମେଶ୍ୱର ମିଶ୍ରଙ୍କ ହୃଦଘାତରେ କଟକ ଏସ୍ସିବିରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଭଦ୍ରକ ଗୋବିନ୍ଦପୁର ଗାଁକୁ ଅଣାଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ମୃତଦେହ ସହ ସାଙ୍ଗରେ ଥିବା ୩ଜଣ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି।