Below header

ପୁରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିିତ ଶାହ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ପରେ ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ

ପୁରୀ: ପୁରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିିତ ଶାହ । ଗତକାଲି ରାତ୍ରଯାପନ କରିବା ପରେ ଆଜି ସକାଳ ୮ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଅଛନ୍ତି । ଉଭୟ ସଡକ ଯୋଗେ ପୁରୀରେ ପହଞ୍ଚିବା ପରେ ଜିଲ୍ଲାପାଳ ବଳବନ୍ତ ସିଂହ ଓ ଏସପି ଉମଶଙ୍କର ଦାସ ସ୍ୱାଗତ କରିଥିଲେ । ଜିଲ୍ଲା ବିଜେପି ନେତୃବୃନ୍ଦ ବି ଶାହଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେପଟେ ଓଡ଼ିଶାର ବିଜେପି ପ୍ରଭାରୀ ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଅନ୍ୟ ତୁଙ୍ଗ ନେତାମାନେ ଶାହାଙ୍କୁ ସାକ୍ଷାତ କରିଥିଲେ । ଅମିିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଗସ୍ତ ସାରି ଶାହ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରି ଦିଲ୍ଲୀ ଫେରିଯିବାର କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.