Below header

ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଘଟଣା: ବଦଳିଲେ ଜଣେ ଏଏସ୍‌ଆଇ ଓ ଦୁଇ ଜଣ କନେଷ୍ଟବଳ

ବଦଳିଲେ ଜଣେ ଏଏସ୍‌ଆଇ ଓ ଦୁଇ ଜଣ କନେଷ୍ଟବଳ। ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସ୍‌ପି। ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଘଟଣାରେ ୩ ଜଣଙ୍କୁ ବଦଳି କରାଯାଇଛି।

ଆନନ୍ଦପୁର (କେନ୍ୟୁଜ): ବଦଳିଲେ ଜଣେ ଏଏସ୍‌ଆଇ ଓ ଦୁଇ ଜଣ କନେଷ୍ଟବଳ। ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସ୍‌ପି। ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଘଟଣାରେ ୩ ଜଣଙ୍କୁ ବଦଳି କରାଯାଇଛି। ମୋବାଇଲ ଓ ଦୋକାନରୁ ଡକାୟତି ଅଭିଯୋଗରେ ଆନନ୍ଦପୁର ଥାନା ଫକୀରପୁର ଗାଁର ଅମର ସାହୁଙ୍କୁ ହଦଗଦ ଅଞ୍ଚଳରୁ ଗିରଫ କରିଥିଲା ଆନନ୍ଦପୁର ପୋଲିସ ।

ତେବେ ଥାନା ହାଜତରୁ କୌଶଳ କ୍ରମେ ଅମର ଚମ୍ପଟ ମାରିଥିବା ବେଳେ ଖୋଜାଖୋଜି କରି ତାଙ୍କୁ ଫକିରପୁର ବୈତରଣୀ ଘାଟରୁ ଧରିଥିଲା ପୋଲିସ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦାୟିତ୍ୱରେ ଥିବା ଏଏସ୍‌ଆଇ ଅନୁପ ଲୁବୁନ ଓ ଦୁଇ ଜଣ କନେଷ୍ଟବଳ ମିନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକଙ୍କୁ ବଦଳି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.