Below header

ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଲେ ବୃଦ୍ଧ ପତିପତ୍ନୀ

ପାରଳାଖେମୁଣ୍ତି ଥାନା ଅନ୍ତର୍ଗତ କେଉଟ ସାହିରେ ଅଭାନୀୟ ଘଟଣା । ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଲେ ବୃଦ୍ଧ ପତିପତ୍ନୀ ।

ଗଜପତି(କେନ୍ୟୁଜ): ପାରଳାଖେମୁଣ୍ତି ଥାନା ଅନ୍ତର୍ଗତ କେଉଟ ସାହିରେ ଅଭାନୀୟ ଘଟଣା । ବୃଦ୍ଧ ପତିପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ନବୀନ ଆଚାର୍ଯ୍ୟ ଏବଂ ବାସନ୍ତୀ ଆଚାର୍ଯ୍ୟ । ମାନସିକ ଦୁଶ୍ଚିନ୍ତାରୁ ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଗତକାଲି ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ସେମାନଙ୍କ ଦୁଇପୁଅ ଜଣେ ବ୍ରହ୍ମପୁର ଆଉ ଜଣେ ପାରଳାଖେମୁଣ୍ଡିରେ ଅଲଗା ରହୁଥିଲେ। ନବୀନ ଓ ବାସନ୍ତୀ କେଉଟ ସାହିରେ ଭଡ଼ା ଘରେ ରହୁଥିଲେ । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ପୁଅ ଅରୁଣ କୁମାର ଆଚାର୍ଯ୍ୟ ଜଣାଇବା ପରେ ଏକଥା ପଦାକୁ ଆସିଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.