ଆନ୍ଧ୍ର ବ୍ୟାଙ୍କ କ୍ୟାସିୟର ମୃତ,ବୀଭତ୍ସ ଭାବେ ହତ୍ୟା କରିଛନ୍ତି ଗ୍ରାମବାସୀ

ଗଞ୍ଜାମ (କେନ୍ୟୁଜ୍) : ବ୍ୟାଙ୍କ କ୍ୟାସିୟରଙ୍କୁ ପିଟି ପିଟି ହତ୍ୟା। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି ଗ୍ରାମବାସୀ। ମୃତକ ଜଣକ ବିନୟ କୁମାର ବେହେରା ବୋଲି ଜଣାପଡ଼ିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଧରାକୋଟ ପୋଲିସ ଘଟଣାର ତଦନ୍ତ କରୁଛି।