କାନ୍ଥ ଭାଙ୍ଗି ଦେଲା ହାତୀ, ଘରେ ଶୋଇଥିବା ବେଳେ କାନ୍ଥ ପଡ଼ି ମହିଳା ମୃତ

ସୁନ୍ଦରଗଡ଼ (କେନ୍ୟୁଜ୍) : ହାତୀ ଭାଙ୍ଗି ଦେଲା ଘର। ଆଉ କାନ୍ଥ ପଡ଼ି ପ୍ରାଣ ହରାଇଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଜାମତଲିଆ ସେକ୍ସନର କଇଁସରା ଗାଁରେ। ଗତକାଲି ରାତିରେ ହାତୀପଲ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ୪ଟି ଘର ଭାଙ୍ଗି ଦେଇଥିଲେ। ଗୋଟିଏ ଘରେ କିଆବତୀ ନାମକ ମହିଳା ଶୋଇଥିବା ବେଳେ ହାତୀ କାନ୍ଥ ଭାଙ୍ଗିବାରୁ ଭଙ୍ଗା କାନ୍ଥ ତଳେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସଦର ରେଞ୍ଜର ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିଛି ଦିନ ହେଲା ହାତୀ ପଲ ଗାଁରେ ଆତଙ୍କ ଖେଳାଇଛନ୍ତି।

Leave A Reply

Your email address will not be published.