ଆଇଏସ୍‌ଆଇଏସ୍‌ ଲିଙ୍କ ଅଭିଯୋଗରେ ମହାରାଷ୍ଟ୍ରରୁ ୯ ଜଣ ଗିରଫ

ମୁମ୍ବାଇ : ଆଇଏସ୍‌ଆଇଏସ୍‌ ଲିଙ୍କ ଅଭିଯୋଗରେ ୯ ଜଣ ଗିରଫ । ମହାରାଷ୍ଟ୍ରରେ ଏହି ୪ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ୧୭ ବର୍ଷ ବୟସ୍କ ପିଲା ମଧ୍ୟ ରହିଛି । ମୁମ୍ବାରା, ଥାନେ ଏବଂ ଔରଙ୍ଗାବାଦରୁ ଏମାନଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଆଣ୍ଟି ଟେରର୍‌ ସ୍କ୍ଵାର୍ଡ । ସେମାନଙ୍କ ଠାରୁ ବିସ୍ଫୋରକ, ରାସାୟାନିକ ପଦାର୍ଥ, ମୋବାଇଲ୍‌, ହାର୍ଡ ଡ୍ରାଇଭ୍‌, ସିମ୍‌ କାର୍ଡ଼, ଏସିଡ୍‌ ବୋତଲ, ଛୁରୀ ଆଦି ଜବତ କରାଯାଇଛି । ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡ଼ିବା ପରେ ଅଧିକ ତଦନ୍ତ ଚାଲିଛି ।

 

Leave A Reply

Your email address will not be published.