ବ୍ରଜରାଜନଗରରେ ୧୨ଘଣ୍ଟିଆ ବନ୍ଦ,ସଚେତନ ନାଗରିକ ମଞ୍ଚର ବନ୍ଦ ଡାକରା

କ୍ୟାନସର ହସପିଟାଲ ଶିଳାନ୍ୟାସରେ ଡିଏମଏଫ ପାଣ୍ଠିର ଦୁରୁପଯୋଗ ନେଇ ବ୍ରଜରାଜନଗର ବନ୍ଦ। ୧୨ଘଣ୍ଟିଆ ଡାକରା ଦେଇଛି ବ୍ରଜରାଜନଗର ଓ ବେଲପାହାଡ଼ ସଚେତନ ନାଗରିକ ମଞ୍ଚ। ବେଲପାହାଡ଼ ଠାରେ କ୍ୟାନସର ହସପିଟାଲ ନିର୍ମାଣ ପାଇଁ ବିଧାୟିକା ଅନେକ ଥର ପ୍ରସ୍ତାବ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଝାରସୁଗୁଡ଼ା ଠାରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରିଛି ଜିଲ୍ଲା ବିଜେପି ଓ ନାଗରିକ ମଞ୍ଚ ସକାଳୁ ସକାଳୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଶିକ୍ଷାନଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି। ରାସ୍ତାଘାଟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଛି। ୪୯ନଂ ଜାତୀୟ ରାଜପଥ ବନ୍ଦ ରହିବା ଫଳରେ ଭାରୀଯାନ ଚଳାଚଳ ପ୍ରଭାବିତ ହୋଇଛି।