Below header

ମୂର୍ତ୍ତି କଳାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଢେଙ୍କାନାଳ ମାଟିର ପୁଅ ଅଙ୍କିତ

ବାଜି ମାରିଲେ ଓଡିଆ ପୁଅ । ନିଜ ପ୍ରତିଭା ପାଇଁ ସେ ଆଜି ପୁରସ୍କୃତ ଏବଂ ପରିଚିତ । କଥାରେ ଅଛି ମନବଳ ଯଦି ଦୃଢ ଅଛି, ଇଚ୍ଛାଶକ୍ତି ଯଦି ସେତେ ମଜବୁତ୍ ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ନିଜ ଲକ୍ଷ ସ୍ଥଳରେ ସେ ପହଞ୍ଚିବାରେ ସକ୍ଷମ ହୁଏ। ଯାହା ଆଜି ପ୍ରମାଣ କରିଛନ୍ତି ଏହି ଛାତ୍ର ଜଣକ । ଯାହାଙ୍କ ସଫଳତା ଆଜି ପରିବାର , ବିଦ୍ୟାଳୟ ପାଇଁ ଗର୍ବ ଆଣିଛି।

ହିନ୍ଦୋଳ(କେନ୍ୟୁଜ): ବାଜି ମାରିଲେ ଓଡିଆ ପୁଅ । ନିଜ ପ୍ରତିଭା ପାଇଁ ସେ ଆଜି ପୁରସ୍କୃତ ଏବଂ ପରିଚିତ । କଥାରେ ଅଛି ମନବଳ ଯଦି ଦୃଢ ଅଛି, ଇଚ୍ଛାଶକ୍ତି ଯଦି ସେତେ ମଜବୁତ୍ ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ନିଜ ଲକ୍ଷ ସ୍ଥଳରେ ସେ ପହଞ୍ଚିବାରେ ସକ୍ଷମ ହୁଏ। ଯାହା ଆଜି ପ୍ରମାଣ କରିଛନ୍ତି ଏହି ଛାତ୍ର ଜଣକ । ଯାହାଙ୍କ ସଫଳତା ଆଜି ପରିବାର , ବିଦ୍ୟାଳୟ ପାଇଁ ଗର୍ବ ଆଣିଛି।

ସର୍ବଭାରତୀୟ ସ୍ତରରେ ମୂର୍ତ୍ତି କଳାରେ ନିପୁଣତା ଦେଖାଇଛନ୍ତି ଓଡ଼ିଆ ଛାତ୍ର ଅଙ୍କିତ ବିଶ୍ଵାଳ। ଉତ୍ତରପ୍ରଦେଶର ମଥୁରା ସ୍ଥିତ ଶ୍ରୀଜୀ ବାବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚାଲିଥିବା ସର୍ବଭାରତୀୟ ମୂର୍ତ୍ତି କଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ର ଅଙ୍କିତ ବିଶ୍ଵାଳ।

ତେବେ ଅଙ୍କିତ ଆଜି ମଥୁରାରୁ ଆସି ଅନୁଗୋଳ ରେଲୱେ ଷ୍ଟେସନରେ ପହଞ୍ଚିବାପରେ ବିଦ୍ୟାମନ୍ଦିର ଗୁରୁଜୀ ମାନେ ତାଙ୍କୁ ସ୍ଵାଗତ ଜଣାଇଥିଲେ। ଏବଂ ବିଦ୍ୟାଳୟରେ ପହଞ୍ଚିବା ପରେ ଗୁରୁଜୀ, ଗୁରୁମା, ମୂର୍ତ୍ତି କଳାର ଗୁରୁଙ୍କ ସମେତ ପରିବାରଲୋକ ବିପୁଳ ଶୁଭେଚ୍ଛା ଜଣାଇଥିଲେ।

ଏପଟେ ସର୍ବଭାରତୀୟ ସ୍ତରରେ କୃତିତ୍ବ ଅର୍ଜନ କରି ସମଗ୍ର ଢେଙ୍କାନାଳ ଏବଂ ଓଡ଼ିଶା ପାଇଁ ଗର୍ବ ଅର୍ଜନ କରିଥିବା ଏହି ଓଡିଆ ପୁଅ ଅଙ୍କିତଙ୍କୁ ଯଦି ସୁଯୋଗ ମିଳେ ସେ ଆହୁରୀ ଆଗକୁ ବଢିପାରିବେ ବୋଲି ଆଶା ରଖିଛନ୍ତି । ତେବେ ଏଭଳି ପରିଶ୍ରମ ଜାରି ରଖିଲେ ତାଙ୍କର ସ୍ୱପ୍ନ ନିହାତୀ ପୂର୍ଣ୍ଣ ହେବ ଏଥିରେ ଦ୍ଵନ୍ଦ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.