ରିଲ୍ସ କରିବା ପାଇଁ ଅଟୋରେ କରୁଥିଲେ ଷ୍ଟଣ୍ଟ , ଦୁର୍ଘଟଣାରେ ସାଇକେଲ ଆରୋହୀ ଆହତ

ଜଣେ ଯୁବକ ରିଲ୍ସ କରିବା ସମୟରେ ଜଣେ ସାଧାରଣ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିଲ୍ଲୀର ସିଗନେଚର ବ୍ରିଜରେ ଜଣେ ଯୁବକ ଭୟଙ୍କର ଷ୍ଟଣ୍ଟ କରୁଥିଲା । ଯୁବକ ଏଭଳି ଷ୍ଟଣ୍ଟ କରିବା ସମୟରେ ହିଁ ରାସ୍ତାରେ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ।

ସୋସିଆଲ ମିଡିଆ ଯୁଗରେ କିଛି ଲୋକଙ୍କ ରିଲ୍ସ ନିଶା ଅନ୍ୟମାନଙ୍କ ପାଇଁ ବିପଦର କାରଣ ପାଲଟୁଛି । ରିଲ୍ସ କରିବା ସମୟରେ ରିଲ୍ସ ମେକର ମାନେ ନା ସ୍ଥାନ ଦେଖୁଛନ୍ତି ନା ଦେଖୁଛନ୍ତି ସମୟ । ଫଳରେ ସାଧାରଣ ଲୋକ ହେଉଛନ୍ତି ହନ୍ତସନ୍ତ । କିଛି ଲୋକ ରିଲ୍ସ ତିଆରି କରିବା ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି । ଅନେକ ସମୟରେ ରିଲ୍ସ କରୁଥିବା ସମୟରେ ଲୋକଙ୍କ ପ୍ରାଣ ହାନି ଘଟିଥିବା ଖବର ବି ଆପଣମାନେ ଶୁଣିଥିବେ । ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକମାନେ ସର୍ତକ ହେଉନାହାନ୍ତି । ଏବଂ ନିଜ ଜୀବନକୁ ବିପଦରେ ପକାଇବା ସହିତ ଆଖପାଖରେ ଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାର ଦେଖାଯାଏ ।

ସମାନ ଭାବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ରିଲ୍ସ କରିବା ସମୟରେ ଜଣେ ସାଧାରଣ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିଲ୍ଲୀର ସିଗନେଚର ବ୍ରିଜରେ ଜଣେ ଯୁବକ ଭୟଙ୍କର ଷ୍ଟଣ୍ଟ କରୁଥିଲା । ରାସ୍ତା ମଝିରେ ଏପରି ଷ୍ଟଣ୍ଟ କରି ଭିଡିଓ କରିବା କେତେ ଯେ ବିପଜ୍ଜନକ ତାହା ଆପଣ ହିଁ ଅନୁମାନ କରି ପାରିବେ । ଯୁବକ ଏଭଳି ଷ୍ଟଣ୍ଟ କରିବା ସମୟରେ ହିଁ ରାସ୍ତାରେ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାଇକେଲ ଆରୋହୀ ଜଣଙ୍କ ରାସ୍ତାରେ ପଡ଼ି ଯାଇଥିଲେ । ତେବେ ଅଳ୍ପକେ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

ତେବେ ଉକ୍ତ ଯୁବକ ଜଣଙ୍କ ଭିଡିଓ କରିବା ପାଇଁ ଏକ ଅଟୋରେ ଝୁଲି ଝୁଲି ରାସ୍ତାରେ ଯାଉଥିଲା । ଏହା ସହ ସେ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିକୁ ଛୁଇଁବାକୁ ଚେଷ୍ଟା କରୁଥିଲା । ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓକୁ ରେକର୍ଡ କରୁଥିଲା ଉକ୍ତ ଯୁବକର ସାଙ୍ଗ । ତେବେ ସେହି ଯୁବକ ଷ୍ଟଣ୍ଟ ନିଶାରେ ସାଇକେଲ ଆରୋହୀଙ୍କୁ ଏପରି ଧକ୍କା ଦେଇଥିଲା ଯେ ସେ ତଳେ ପଡ଼ି ଯାଇଥିଲେ । ସାଇକେଲ ଆରୋହୀ ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜଣା ପଡ଼ିଛି । ସାଇକେଲ ଆରୋହୀ ରାସ୍ତାରେ ପଡ଼ି ଯିବା ପରେ ରାସ୍ତାରେ ଯାଉଥିବା ଅନ୍ୟ କିଛି ଯୁବକ ତାଙ୍କୁ ଉଠାଇଥିଲେ । ଜଣେ ବ୍ୟକ୍ତି ତାଙ୍କୁ କିଛି ଟଙ୍କା ଦେଇ ସାହାଯ୍ୟ କରିଥିଲେ । ଟ୍ରାଫିକ କର୍ମଚାରୀମାନେ ଭିଡିଓରେ ସାମିଲ ଥିବା ଅଟୋରିକ୍ସାକୁ ଚିହ୍ନଟ କରିଥିଲେ ଏବଂ ଅଟୋରିକ୍ସାକୁ ଜବତ କରିଛନ୍ତି ।

ଅନ୍ୟପଟେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ବିରୋଧରେ ସୋସିଆଲ ମିଡିଆରେ କମେଣ୍ଟ ଆସୁଛି ଏବଂ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରାଯାଉଛି । ଲୋକମାନେ କହିଛନ୍ତି ଯେ ଏଭଳି ଲୋକଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ତେବେ ବାରମ୍ବାର ଏଭଳି ଦୁର୍ଘଟଣାର ଶିକାର ହେଉଥିଲେ ମଧ୍ୟ ଏହି ରିଲ୍ସ ମେକର ମାନେ ସତର୍କ ହେଉ ନାହାନ୍ତି । ଏବଂ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.