Below header

ଆଜି ରାଜ୍ୟରେ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୫୮୬ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୫୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡର ୨୦୬, ଅନୁଗୁଳର ୨୦୧, ମୟୂରଭଞ୍ଜର ୧୫୬,କଟକର ୧୧୯, ନୂଆପଡାର ୧୦୬, ବଲାଙ୍ଗିରି ୧୦୫, ବରଗଡର ୧୦୦, ସମ୍ବଲପୁର ୯୪, କେନ୍ଦ୍ରାପଡା ୭୧ ଜଣ କରୋନାରୁ ସୁସ୍ଥ  ହୋଇଛନ୍ତି।

ସେହିପରି ଝାରସୁଗୁଡାର ୭୦,ଢେଙ୍କାନାଳର ୬୬, ପୁରୀର ୬୫, କଳାହାଣ୍ଡିର ୬୧, ଭଦ୍ରକର ୫୮, ଜଗତସିଂହପୁରର ୫୬, ବାଲେଶ୍ବରର ୪୮, ନବରଙ୍ଗପୁର ୪୮, ମାଲକାନଗିରିର ୪୫,ସୋନୁପରର ୪୫,କେନ୍ଦୁଝରର ୩୯,କନ୍ଧମାଳର ୩୮,ଗଞ୍ଜାମର ୩୪, ନୟାଗଡର ୩୦,କୋରାପୁଟର ୨୯,ରାୟଗଡାର ୨୭,ଦେବଗଡର ୧୬,ଗଜପତିର ୮,ବୌଦ୍ଧର ୫ ଓ ଷ୍ଟେଟପୁଲରୁ ୮୬  ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨,୫୪,୯୧୩ରେ ପହଞ୍ଚିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.