ବାଂଲାଦେଶର ଏହି ମହିଳା କ୍ରିକେଟର ହଠାତ ଚାଲିଆସିଲେ ଚର୍ଚ୍ଚାକୁ, ଫଟୋ ହେଉଛି ଭାଇରଲ

ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି। ସଞ୍ଜିଦାଙ୍କ ପ୍ରି-ୱେଡିଙ୍ଗ ଫଟୋସୁଟ ଭାଇରଲ ହେବାରେ ଲାଗିଛି। ୨୪ ବର୍ଷୀୟା ସଞ୍ଜିଦା ବାଂଲାଦେଶ ମହିଳା କ୍ରିକେଟ ଟିମରେ ବ୍ୟାଟ୍ସମ୍ୟାନ ଭାବେ ଖେଳନ୍ତି। ବିବାହ ବେଶରେ ସଜ୍ଜିତ ହୋଇ ସଞ୍ଜିଦା କ୍ରିକେଟ ପଡ଼ିଆକୁ ଯାଇଥିଲେ, ଯେଉଁଠି ସେ ବ୍ୟାଟ ଧରିଥିବାର ନଜର ଆସୁଛନ୍ତି।

ddg

tt

ଏହି ଫଟୋଗୁଡ଼ିକୁ ସଞ୍ଜିଦା ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଫଟୋରେ ସଞ୍ଜିଦା ନାରଙ୍ଗୀ ରଙ୍ଗର ଶାଢି ସହ ମଥାରେ ଟିକା, ଚୁଡି ଏବଂ ଫୁଲରେ ତିଆରି ଆଭୂଷଣ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ବିବାହ ପୂର୍ବରୁ କ୍ରିକେଟ ପଡ଼ିଆକୁ ଯାଇ ଫଟୋ ଉଠାଇଥିଲେ। ସଞ୍ଜିଦା ନିକଟରେ ରଙ୍ଗପୁରର ଜଣେ ପ୍ରଥମ ଶ୍ରେଣୀ କ୍ରିକେଟର ମିମ ମୋସାଦେକଙ୍କୁ ବିବାହ କରିଛନ୍ତି। ତାଙ୍କର ଏହି ଫଟୋଗୁଡ଼ିକୁ ଆଇସିସି ମଧ୍ୟ ସେୟାର କରିଛି।

 

View this post on Instagram

 

😍😍😍🥰 huloud special🤪

A post shared by Sanjida Islam (@mistycricketer_10) on

 

View this post on Instagram

 

নতুন জীবনের সূচনালগ্নে🥰

A post shared by Sanjida Islam (@mistycricketer_10) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.