କୁରକୁରେ ଲାଳସା ଦେଖାଇ ନାବାଳିକା ଭାଣିଜୀକୁ କ୍ଷେତକୁ ନେଇଗଲା କଳିଯୁଗର ମାମୁଁ, ଦୁଷ୍କର୍ମ ପରେ କଲା ହତ୍ୟା

କଳିଯୁଗର ଜଣେ ମାମୁଁ ନିଜ ଭାଣିଜୀକୁ ହିଁ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି। ନିରୀହ ଭାଣିଜୀକୁ ସେ କୁରକୁରେ ଲାଳସା ଦେଖାଇ ପ୍ରଥମେ କ୍ଷେତକୁ ଡାକିନେଇଥିଲେ। ଏହାପରେ ସେଠାରେ ନିଜ ହିତାହିତ ଜ୍ଞାନ ଭୁଲି ଏଭଳି କାଣ୍ଡ ଘଟାଇଛନ୍ତି। ପରିବାର ଲୋକେ ରାତିସାରା ଝିଅକୁ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ପାଇ ନ ଥିଲେ। ସକାଳେ ଗ୍ରାମବାସୀ କ୍ଷେତରେ ଝିଅଟିର ମୃତଦେହ ପଡ଼ିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ssa

ଘଟଣାଟି ଘଟିଛି ବିହାର ମୁଜଫରପୁରର ସେୟା ଥାନା ଅନ୍ତର୍ଗତ ଏକ ଗାଁରେ। ୧୧ ବର୍ଷର ଏହି ଝିଅଟି ସନ୍ଧ୍ୟାବେଳେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ମାମୁଁ ଜଣକ ତାଙ୍କୁ ଡାକିନେଇଥିଲେ। ଏ ନେଇ ପରିବାର ଲୋକେ ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି।

Stop Violence Children And Abuse In Family Concept

ସେପଟେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାଁ ବିଜୟ ଶର୍ମା। ପୋଲିସ ଘଟଣାସ୍ଥଳରୁ ଝିଅର ଡ୍ରେସ ଏବଂ କୁରକୁରେ ପ୍ୟାକେଟ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.