Below header

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩୨୭୮ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଜି ସୁସ୍ଥ ତାଲିକାରେ  ଯୋଡି ହୋଇଛନ୍ତି ୩୨୭୮ କରୋନା ଆକ୍ରାନ୍ତ। ଏଥିରୁ ଖୋର୍ଦ୍ଧାର ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ।

ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୫୧୧,ଗଞ୍ଜାମର ୩୬୮, କଟକର ୨୩୦, ଯାଜପୁରର ୧୯୫,ରାୟଗଡାର ୧୮୭,ବରଗଡର ୧୮୫, ବାଲେଶ୍ବରର ୧୨୪, ପୁରୀର ୧୨୨,ନୟାଗଡର ୧୨୧, ମାଲକାନଗିରିର ୧୧୭, ମୟୂରଭଞ୍ଜର ୧୧୭,କୋରାପୁଟର ୧୦୭, ସୁନ୍ଦରଗଡର ୧୦୪, ଭଦ୍ରକର ୯୮, ଝାରସୁଗୁଡାର ୮୯,କନ୍ଧମାଳର ୮୮,ଜଗତସିଂହପୁରର ୭୭,କେନ୍ଦୁଝରର ୬୯,ସମ୍ବଲପୁରର ୬୭,ଢେଙ୍କାନାଳର ୬୬,ନବରଙ୍ଗପୁରର ୪୭,ଗଜପତିର ୪୩, କେନ୍ଦ୍ରାପଡାର ୩୫,ନୂଆପଡାର ୨୫,ବଲାଙ୍ଗିରର ୨୪, କଳାହାଣ୍ଡିର ୨୪, ସୋନପୁରର ୨୩, ବୌଦ୍ଧର ୮,ଦେବଗଡର ୫, ଅନୁଗୁଳର ୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ୮୭୩୫୧ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.