କଣ ଏକୁଟିଆ କାର ଚଲାଇବାବେଳେ ମାସ୍କ ପିନ୍ଧିବା ଜରୁରୀ, ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଯଦି ଆପଣ ଏକାକୀ କାର ଚଲାଉଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ସ୍ପଷ୍ଟ କରିଛି ଯେ ସେ ଏମିତି କିଛି ନୋଟିଫିକେସନ ଜାରି କରିନି ଯେଉଁଥିରେ ଏକୁଟିଆ କାର ଚଲାଉଥିବା ଲୋକଙ୍କୁ ଫେସ ମାସ୍କ ପିନ୍ଧିବା ଜରୁରୀ। ଭାରତରେ କୋଭିଡ-୧୯ର ବଢ଼ୁଥିବା ପ୍ରକୋପକୁ ଦେଖି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ସାଇକେଲ ଚଲାଉଥିବା ସମୟରେ ଏବଂ ସାମୂହିକ ଜଗିଂ କରିବା ସମୟରେ ମାସ୍କ ଜରୁରୀ। ସେ ଏହା ମଧ୍ୟ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଦିଶା ନିର୍ଦ୍ଦେଶ ଜାରି କରାଯାଇନାହିଁ ଯେ ଯିଏ କେହି ବି ଏକୁଟିଆ ସାଇକେଲ ଚଳାଉଥିବ ସେତେବେଳେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁଯାୟୀ ବିଭାଗ ପୂର୍ବ ଅପେକ୍ଷିତ ଢ଼ାଞ୍ଚା ଏବଂ ସେବାକୁ ସୁନିଶ୍ଚିତ କରିଛି। ସରକାର କୋଭିଡ-୧୯ ରୋଗୀଙ୍କ ପାଇଁ ମାନକ କ୍ଲିନିକାଲ ପ୍ରୋଟୋକଲକୁ ନେଇ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ଜାରି କରିଛି। ପର୍ଯ୍ୟାପ୍ତ ସଂଖ୍ୟାରେ ଆଇସିୟୁ ଏବଂ ଆଇସୋଲେସନ ବେଡ ଏବଂ ପରୀକ୍ଷଣକୁ ବୃଦ୍ଧି କରାଯାଇଛି। ଏହି ପୂର୍ବ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପରେ ହିଁ ସରକାର ଅର୍ଥବ୍ୟବସ୍ଥାକୁ ଖୋଲିବା ପାଇଁ ଏକ କ୍ରମିକ ଆରମ୍ଭ କରିଛି। ଏହାସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଣାଇଛନ୍ତି ଯେ ସରକାରଙ୍କ ଅନୁଯାୟୀ ଯେଉଁଠି ଜୀବନ ଅଛି ସେଠି ଜୀବିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.