ଭୁବନେଶ୍ୱରରୁ ଆଜି ୩୨୯ କରୋନା ପଜିଟିଭ ଚିହ୍ନଟ,୩୪୧ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ଆଜି ୩୨୯ କରୋନା ପଜିଟିଭ ଚିହ୍ନଟ। ଏଥିରେ ୧୧୦ କ୍ବରେଣ୍ଟାଇନ ଓ ୨୧୯ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି । ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି ବିଏମସି । ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 3rd Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/fdHmvVFaYS— BMC (@bmcbbsr) October 3, 2020
କ୍ବାରେଣ୍ଟାଇନରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାରରୁ ୮ ଜଣ, ପଟିଆ, ଚନ୍ଦ୍ରଖେଖରପୁର, ବରମୁଣ୍ଡାରୁ ୭-୭ ଜଣ, ମଂଚେଶ୍ୱରରୁ ୫-୫ ଜଣ, ନୟାପଲ୍ଲୀରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଲୋକାଲ କଣ୍ଟାକ୍ଟ କେସ୍ ଯୋଗୁଁ ଆଜି ଚନ୍ଦ୍ରଶେଖରପୁରରୁ ୧୪ ଜଣ, ନୟାପଲ୍ଲୀ, ପଟିଆରୁ ୧୨ ଜଣ ଲେଖାଏଁ, ମଂଚେଶ୍ୱରରୁ ୧୧ ଜଣ, ଡୁମଡୁମା, ପୁରୁଣା ଭୁବନେଶ୍ୱରରୁ ୯ ଜଣ ଲେଖାଏଁ, ଝାରପଡ଼ାରୁ ୮ ଜଣ, ଆଚାର୍ଯ୍ୟ ବିହାର, ୟୁନିଟ-୪ରୁ ୬ ଜଣ ଲେଖାଏଁ, ପୋଖରିପୁଟ, ବମିଖାଲ, ଭୀମପୁରରୁ ୪-୪ ଜଣ, ସାମନ୍ତରାପୁର, ଶୈଳଶ୍ରୀ ବିହାରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।