କରୋନାରୁ ମୁକ୍ତ ହେବା ପରେ ପ୍ଲାଜମା ଦାନ କଲେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): କରୋନାରୁ ମୁକ୍ତ ହେବା ପରେ ପ୍ଲାଜମା ଦାନ କଲେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କଟକ ଏସସିବିରେ ପ୍ଲାଜମା ଦାନ କରିଥିବା ନେଇ ନିଜେ ଟ୍ବିଟ  ଯୋଗେ ସୂଚନା ଦେଇଛନ୍ତି । ପୂର୍ବରୁ  ପ୍ଲାଜମା ଦାନ କରିବା ନେଇ ସେ ଘୋଷଣା କରିଥିଲେ। କରୋନାରୁ ଆରୋଗ୍ୟ ହୋଇଥିବାରୁ ପ୍ଲାଜମା ଦାନ କରିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।  ।

ପ୍ଲାଜମା ଦାନ କରିବା ପରେ ସେ କହିଛନ୍ତି, ‘ପ୍ଲାଜମା ଦାନ କରିବା ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ କରୁଛି। କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କଲି। ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।’