୪୦୦୦ ଟଙ୍କିଆ ସ୍ମାର୍ଟଫୋନ ଆଣୁଛି Jio, ରହିଛି ଏସବୁ ଦମଦାର ଫିଚର

ସବୁଠୁ ଶସ୍ତା ଆଣ୍ଡ୍ରଏଡ ଫୋନ ଲଞ୍ଚ କରିବାକୁ ଯାଉଛି ରିଲାଏନ୍ସ ଜିଓ। ଏହି ମୋବାଇଲ ତିଆରି କରିବା ପାଇଁ ଜିଓ ତରଫରୁ ଏକ ଘରୋଇ କମ୍ପାନୀ ସହ କଥାବାର୍ତ୍ତା ଆରମ୍ଭ ହୋଇସାରିଲାଣି। ତେବେ ଜିଓ କେଉଁ କମ୍ପାନୀ ସହ ମିଶି ମୋବାଇଲ ତିଆରି କରିବ ସେ ନେଇ ଏବେ ଯାଏଁ ଖୁଲାସା ହୋଇନାହିଁ। ଅନ୍ୟପଟେ ଆଗାମୀ ୨ ବର୍ଷ ମଧ୍ୟରେ ଜିଓ ଏହି ଫୋନର ୨୦କୋଟି ୟୁନିଟ ତିଆରି କରିବ ବୋଲି ଜଣାଯାଇଛି।
ରିପୋର୍ଟ ମୁତାବକ ଜିଓର ଏହି ସ୍ମାର୍ଟଫୋନ JioPhone ର ନୂଆ ଭର୍ସନ ହୋଇପାରେ ବୋଲି କୁହାଯାଉଛି। ଏହାର ଦାମ ପ୍ରାୟ ୪୦୦୦ ଟଙ୍କା ରହିବ। ଏହି ଫୋନ ପାଇଁ କମ୍ପାନୀ ଏକ ଶସ୍ତା ପ୍ଲାନ ଘୋଷଣା କରିପାରେ।
ଏହି ଫୋନର ଫିଚର ଲିକ ହୋଇଛି। Jio Orbic phone(RC545L) କୁ ଗୁଗଲ ପ୍ଲେ କନସୋଲରେ ଦେଖିବାକୁ ମିଳିଛି। ଲିକ ହୋଇଥିବା ସୂଚନା ମୁତାବକ ଏହା ଏକ 4G ଆଣ୍ଡ୍ରଏଡ ଗୋ ସ୍ମାର୍ଟଫୋନ। ଏଥିରେ ସ୍ନାପଡ୍ରାଗନ QM215 ପ୍ରୋସେସର ଦିଆଯିବ। ଫୋନର ଡିସପ୍ଲେ HD+ ରିଜଲ୍ୟୁସନ ସହ ଆସିବ।ଏଥିରେ 1 gb RAM ମିଳିପାରେ। ତେବେ ଏହି ଶସ୍ତା ଫୋନ ଆସିବା ପରେ ଭାରତରେ ଚୀନ ମୋବାଇଲର ଚାହିଦା କମିବା ଆଶଙ୍କା ଦେଖାଦେଇପାରେ।