ଶୀତରେ ଭୁବନେଶ୍ୱରରୁ ଉଡିବ ଆଉ ୩୬ ବିମାନ, ଏୟାର ଲାଇନ୍ସ ପକ୍ଷରୁ ମିଳିଛି ପ୍ରସ୍ତାବ

ଭୁବନେଶ୍ୱର(କେନ୍ଯୁଜ୍): ଶୀତରେ ଭୁବନେଶ୍ୱରରୁ ଉଡିବ ୩୬ ବିମାନ। ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଉ ଅତିରିକ୍ତ ୩୬ଟି ବିମାନ ଚଲାଚଳ କରିବ। ଭୁବନେଶ୍ୱରରୁ ଜମ୍ମୁ ଓ କାଶ୍ମୀର, ଗୟା, ପାଟନା, ଶିରିଡି ଭଳି ସ୍ଥାନକୁ ବିମାନ ଉଡିବ। ମଙ୍ଗଳବାର ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକରେ ବିଭିନ୍ନ ଏୟାର ଲାଇନ୍‌ସ ପକ୍ଷରୁ ଏଭଳି ପ୍ରସ୍ତାବ ମିଳିଛି । ଆବଶ୍ୟକ ଅନୁମତି ମିଳିଲେ ଅନୁରୂପ ବିମାନ ସେବା ଯୋଗାଇ ଦେବାକୁ ବିଭିନ୍ନ କମ୍ପାନୀ ଗୁଡିକ ପ୍ରସ୍ତୁତ ବୋଲି ପ୍ରତିଶୃତି ଦେଇଛନ୍ତି।

ଅନୁମତି ପରେ ଉଡାଣ ପାଇଁ ଏୟାରଲାଇନ୍‌ସ ପ୍ରସ୍ତୁତ ହୋଇ ରହିଛି। ସୂଚନା ଅନୁସାରେ ଶୀତ ଋତୁରେ ଇଣ୍ଡିଗୋ ୨୪ଟି ଅତିରିକ୍ତ ବିମାନ ଚଳାଇବା ପାଇଁ ପ୍ରସ୍ତାବ ଦେଇଥିବାବେଳେ ଏୟାର ିଣ୍ଡିଆ ୮ଟି , ଏୟାର ଏସିଆ ୪ଟି ବିମାନ ଚଳାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି କିଛି ନୂଆଦେଶ ବିଶେଷକରି ଆରବ ସମୁହକୁ ବିମାନ ଚଳାଚଳ ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାକୁ ଦେଶର ତିନି ଧାମ ସହ ଯୋଡିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ବିମାନ ଚଳାଚଳ କ୍ୟାପିଂ ୮୦ପ୍ରତିଶତକୁ ବୃଦ୍ଧି ଯୋଜନା କରାଯାଇଛି।