Below header

କରୋନାରୁ ସୁସ୍ଥ ତାଲିକାରେ ଯୋଡି ହେଲେ ଆଜିର ୪୦୧ ଆକ୍ରାନ୍ତ

କରୋନା ଯୋର୍ଦ୍ଧାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଯାଜପୁରରେ ସର୍ବାଧିକ ୯୮ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗଞ୍ଜାମରୁ ୮୪ ଜଣ ଭଲ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦ ହଜାର ୮୭୭କୁ ବୃଦ୍ଧି ପାଇଛି । ସୁସ୍ଥ ମଧ୍ୟରେ ଅଛନ୍ତି ଯାଜପୁରର ୯୮, ଗଞ୍ଜାମର ୮୪, ସୁନ୍ଦରଗଡର ୪୬, ଗଜପତିର ୩୬, ଝାରସୁଗୁଡାର ୩୦, କେନ୍ଦୁଝରର ୧୭, ମାଲକାନଗିରିର ୧୭,ଜଗତସିଂହପୁରରେ ୧୭, ଖୋର୍ଦ୍ଧାର ୧୨, ଅନୁଗୁଳର ୮, ସୋନପୁରର ୭, ବରଗଡର ୬, ସମ୍ବଲପୁରର ୫, କେନ୍ଦ୍ରାପଡାର ୫, ଢେଙ୍କାନାଳର ୪, ଭଦ୍ରକ ଓ ବାଲେଶ୍ବରରୁ ୩ ଜଣ  ଲଖାଏଁ ସୁସ୍ଥ ହେଇଛନ୍ତି। କଟକରୁ ୨ ଜଣ, ପୁରୀର ଜଣେ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସେହିଭଳି ଆଜି ରାଜ୍ଯରେ ୪୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ରୁ ୩୨୨ଜଣ ଏବଂ ଲୋକାଲ୍ କେସରୁ ୧୭୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୧୫,୩୯୨କୁ ବୃଦ୍ଧି ପାଇଛି । ୨୩ଟି ଜିଲ୍ଲାରୁ ଏହି ୪୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ଭିତରେ ଅନୁଗୁଳରୁ ୧, ବାଲେଶ୍ବରରୁ ୨୧, ଭଦ୍ରକରୁ ୭,ବଲାଙ୍ଗିରରୁ ୩, ବୌଦ୍ଧରୁ ୨, କଟକରୁ ୩୮, ଗଞ୍ଜାମରୁ ୨୪୬,ଜଗତସିଂହପୁରରୁ ୧, ଯାଜପୁରରୁ ୧୫, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୧୪, ନବରଙ୍ଗପୁରରୁ ୪, ନୟାଗଡରୁ ୧୬, ନୂଆପଡା ୯, ପୁରୀରୁ ୭, ରାୟଗଡାରୁ ୧, ସମ୍ବଲପୁରରୁ ୪ ଏବଂ ସୁନ୍ଦରଗଡରୁ ୧୦ଜଣ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.