Below header

ଲକଡାଉନରେ ବି ସଲମାନ ଭୂଲିଲେନି କ୍ୟାଟ୍ରିନାଙ୍କ ଜନ୍ମଦିନ, ଏକଦମ୍‌ ଖାସ୍‌ ଅନ୍ଦାଜରେ କଲେ ବାର୍ଥଡେ ଓ୍ଵିସ୍‌

କ୍ୟାଟ୍ରିନା କୈଫଙ୍କୁ ଆଜି ୩୭ ବର୍ଷ ହୋଇଛି। କ୍ୟାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ ମସିହା ହଂକଂରେ ହୋଇଥିଲା। ଆଜି ତାଙ୍କୁ ବଲିଉଡର ଅନେକ କଳାକାର ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି। କରୋନା ଭାଇରସ କାରଣରୁ ସୋସିଆଲ ଡିସଟାନ୍ସିଂ ଏବଂ ଲକଡାଉନ ଚାଲୁଥିବା କାରଣରୁ ଏଥର ନା ପାର୍ଟୀ ନା କାହା ସହିତ ଭେଟ ହୋଇପାରିବ। ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଯାଉଛୁ।

katrinaତାଙ୍କୁ ତାଙ୍କ ସାଙ୍ଗମାନଙ୍କ ସମେତ କୋ-ଆକ୍ଟର ସଲମାନ ଖାନ୍‌ ମଧ୍ୟ ବହୁତ ଖାସ୍‌ ଅନ୍ଦାଜରେ ବାର୍ଥଡେ ଓ୍ଵିସ୍‌ କରିଛନ୍ତି। ସଲମାନ ଖାନ ସୋସିଆଲ ମିଡିଆ ଜରିଆରେ କ୍ୟାଟ୍ରିନାଙ୍କୁ ଓ୍ଵିସ୍‌ କରିଛନ୍ତି। ସଲମାନ କ୍ୟାଟ୍ରିନାଙ୍କୁ ବାର୍ଥଡେ ଓ୍ଵିସ କରି କହିଛନ୍ତି, ‘ହାପି ବାର୍ଥଡେ କ୍ୟାଟ୍ରିନା. . .’ ଏହାସହିତ ସଲମାନ ଉଭୟଙ୍କର ଏକ ଫଟୋ ସେୟାର ମଧ୍ୟ କରିଛନ୍ତି। ତେବେ ଏହି ଫଟୋକୁ ଦେଖି ତାଙ୍କର ଫ୍ୟାନ୍ସ ବହୁତ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

 

View this post on Instagram

 

Happy bday Katrina . . @katrinakaif

A post shared by Salman Khan (@beingsalmankhan) on


ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ଦୁହିଁଙ୍କ ଅଫେୟାରକୁ ନେଇ ବି ସବୁବେଳେ ଚାଲ ଚର୍ଚ୍ଚା। ଆଉ ଏବେ ସଲମାନଙ୍କ ଏହି ଫଟୋ କେଉଁ ଆଡକୁ ଇସାରା କରୁଛି। ତେବେ କହିରଖିବାକୁ ଚାହିଁବୁ ଯେ ସଲମାନ ଏହି ଲକଡାଉନ ସମୟରେ ପନବେଲ ସ୍ଥିତ ନିଜ ଫାର୍ମହାଉସରେ ଅଛନ୍ତି। ଲକଡାଉନ ପର ଠାରୁ ହିଁ ସେ ସେଠାରେ ସମୟ ବିତାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.