ଗୋଟେ ଗୋଡ ସମ୍ପୂର୍ଣ୍ଣ କଟିଯାଇଛି ହେଲେ ଭାଙ୍ଗିନି ସାହସ, ଦେଖନ୍ତୁ କିପରି ନିଜ କଟା ଗୋଡରେ ଚାଲୁଛି ହାତୀ

ସୋସିଆଲ ମିଡିଆରେ ଏବେ ଏକ ହାତୀର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହାତୀଟିର ଗୋଡ କଟିଯାଇଛି ଏବଂ ତାର କୃତ୍ରିମ ଗୋଡ ଲାଗିଛି। ଯାହା ସାହାଯ୍ୟରେ ସେ ଚାଲୁଥିବ ଭିଡିଓରେ ନଜର ଆସୁଛି। ତେବେ ବଲିଉଡର ଲୋକପ୍ରିୟ ଡାଇରେକ୍ଟର ମଧୁର ଭଣ୍ଡାରକରଙ୍କ ନଜର ଏହି ଭିଡିଓ ଉପରେ ପଡିଲା। ଯାହା ତାଙ୍କ ହୃଦୟକୁ ଛୁଇଁ ଯାଇଥିଲା।

elephantମଧୁର ଭଣ୍ଡାରକର ଏହି ଗୋଡ ନଥିବା ହାତୀର ଭିଡିଓକୁ ନିଜ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମଧୁର ଭଣ୍ଡାରକର ହାତୀଟିର ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସାହସ ମୂଳଦୂଆ ହେଉଛି ସଂକଳ୍ପ’। ଏହିପରି ଭାବେ ହାତୀଟିର ସାହସ ଓ ଆତ୍ମବିଶ୍ୱାସ ଦେଖି ସେ ଖୁବ୍‌ ପ୍ରଶଂସା କରିଛନ୍ତି।


ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହାତୀଟି ଧିରେ ଧିରେ ନିଜ କୃତ୍ରିମ ଗୋଡ ସାହାଯ୍ୟରେ ଚାଲୁଛି। ତେବେ ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ନିଜ ପ୍ରତିକ୍ରିୟା ଦେଉଥିବାବେଳେ ବହୁତ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.