ବୋତଲରେ ପେଟ୍ରୋଲ ଦେବାକୁ ମନା କଲେ କର୍ମଚାରୀ, ରାଗରେ ପେଟ୍ରୋଲ ପମ୍ପ ମାଲିକଙ୍କ ଅଫିସରେ ଛାଡି ଦେଲେ ବିଷଧର ସାପ

ଏମିତି ବି ହୋଇପାରେ ! ପ୍ରତିଶୋଧର ନିଆଁ କେତେ ଯେ ଭୟଙ୍କର ତାହା ଆପଣ ଏ ଦୃଶ୍ୟ ଦେଖିଲେ ଜାଣି ପାରିବେ। ମହାରାଷ୍ଟ୍ରର ବୁଲ ଥାନାରେ ଦେଖିବାକୁ ମିଳିଛି ଛାତି ଥରେଇବା ଭଳି ଘଟଣା। ଏଠାରେ ଥିବା ଚୌଧୁରୀ ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀ ବୋତଲରେ ତେଲ ଦେବାକୁ ମନା କଲେ । ତାପରେ ସେହି ବ୍ୟକ୍ତି ଜଣଙ୍କ ପମ୍ପ ମାଲିକଙ୍କ କ୍ୟାବିନରେ ବିଷଧର ସାପ ଛାଡିଦେଲେ। ଏହି ଘଟଣା ସିସି ଟିଭିରେ କଏଦ ହୋଇଛି। ପମ୍ପ ମାଲିକ ପୋଲିସରେ କମ୍ପ୍ଲେନ କଲେ । ପୋଲିସ ପଚରା ଉଚରାରୁ ଜାଣିବାକୁ ପାଇଲେ କି ସାପ ଛାଡିଥିବା ବ୍ୟକ୍ତି ନିଜେ ବନ ଭିଭାଗରେ କାମ କରେ। ସେ ସେହିଠାରୁ ସାପ ଆଣି ପେଟ୍ରୋଲ ପମ୍ପ ଅଫିସରେ ଛାଡିଥିଲା।

sapaମଙ୍ଗଳବାର ୧୪ ଜୁଲାଇ ସନ୍ଧ୍ୟା ରେ ପେଟ୍ରୋଲ ପମ୍ପରେ ଦୁଇଜଣ ଲୋକ ପେଟ୍ରୋଲ ନେବାକୁ ପହଁଚିଲେ । ହେଲେ ଏଠାରେ ଲକ ଡାଉନ ପାଇଁ ସକାଳ ୯ଟା ରୁ ଦୁଇପହର ୩ଟା ଯାଏଁ ପେଟ୍ରୋଲ ଦେବାର ଅନୁମତି ଅଛି । ପେଟ୍ରୋଲ କର୍ମୀଙ୍କ କହିବା ଅନୁଯାୟୀ ସେହି ଦୁଇଜଣ ବ୍ୟକ୍ତି ବୋତଲରେ ପେଟ୍ରୋଲ ନେବାକୁ ଚାହୁଁଥିଲେ, ଯାହା ଏମିତିରେ ବି ଦେବା ମନା । ପମ୍ପ କର୍ମଚାରୀ ତାଙ୍କୁ ପେଟ୍ରୋଲ ଦେବାକୁ ମନା କଲେ ।

ବାସ ଏତିକି କଥା ଦୁଇ ଜଣଙ୍କୁ ଖରାପ ଲାଗିଲା ସେମାନେ ସେହି ସମୟରେ କିଛି ନକହି ଚୁପଚାପ୍‌ ସେଠାରୁ ଚାଲିଗଲେ। କିନ୍ତୁ କିଛି ସମୟ ପରେ ପୁଣି ଫେରିଲେ ଆଉ ଏଥର ଏମାନେ ସାଙ୍ଗରେ ଖାଲି ହାତରେ ନୁହେଁ ବରଂ ସାପ ନେଇ ଆସିଥିଲେ । ସେମାନେ ପମ୍ପ ଅଫିସରେ ୩ଟି ସାପକୁ ଛାଡିଦେଲେ। ବୋତଲରେ ଭର୍ତ୍ତି କରି ଆଣିଥିଲେ ସାପ । ସେମାନଙ୍କୁ ଛାଡୁଥିବାର ଦୃଶ୍ୟ ସେଠାରେ ଲାଗିଥିବା cctv କ୍ୟାମେରାରେ କ୍ୟାପଚର ହୋଇଗଲା। ଦେଖନ୍ତୁ ପୂରା ଭିଡ଼ିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.