ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲା : ସଚ୍ଚିନଙ୍କ ଆବେଦନ ଗ୍ରହଣ କଲେ ହାଇକୋର୍ଟ, ଏବେ ହାଇକୋର୍ଟରେ ସିଂହଭି-ସାଲ୍‌ଭେ ଲଢ଼େଇ

ନୂଆଦିଲ୍ଲୀ : ରାଜସ୍ଥାନ ରାଜନୀତି ଏବେ ପହଞ୍ଚିଛି ହାଇକୋର୍ଟରେ । ବାଚସ୍ପତିଙ୍କ ଠାରୁ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନେଇ ନୋଟିସ୍‌ ପାଇବା ପରେ ସଚ୍ଚିନ ପାଇଲଟ୍‌ଙ୍କ କ୍ୟାମ୍ପ୍‌ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି । ସଚ୍ଚିନଙ୍କ ପକ୍ଷରୁ ତୋଡାଭିମ ନିର୍ବାଚନ ମଣ୍ଡଳୀର ବିଧାୟକ ପୃଥିବୀରାଜ ଚୈାହାନ୍‌ ହାଇକୋର୍ଟରେ ପିଟିସନ ଫାଇଲ୍‌ କରିଛନ୍ତି । ବିଧାୟକ ଦେଇଥିବା ନୋଟିସକୁ ପାଇଲଟ୍‌ କ୍ୟାମ୍ପ ଅନୈତିକ କହିଛି ।

ପିଟିସନ୍‌ରେ ଦର୍ଶାଯାଇଛି ଯେ ବର୍ତ୍ତମାନ ବିଧାନ ସଭା ଚାଲୁ ନଥିବାରୁ ବାଚସ୍ପତିଙ୍କ ନୋଟିସ ଲାଗୁ ହୋଇପାରିବ ନାହଁ କିମ୍ବା ଏହାକୁ ଆଣ୍ଟି ପାର୍ଟି କାର୍ଯ୍ୟକଳାପ ବୋଲି କୁହାଯାଇପାରିବ ନାହିଁ । ଖାଲି ସେତିକି ନୁହେଁ ନୋଟିସକୁ ଗ୍ରହଣ କରିବାକୁ ଯଥେଷ୍ଟ ସମୟ ଦିଆଯାଇ ନାହିଁ ବୋଲି ପାଇଲଟ୍‌ କ୍ୟାମ୍ପ୍‌ ପକ୍ଷରୁ ଅଭଯୋଗ କରାଯାଇଛି । ନୋଟିସ ପାଇବା ପରେ ପାଇଲଟ୍‌ ତାଙ୍କ ଗ୍ରୁପ୍‌ର ଏମ୍‌ଏଲ୍‌ଏମାନଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରିବା ପରେ ହାଇକୋର୍ଟକୁ ଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

rajstan

ହାଇକୋର୍ଟରେ ପାଇଲଟ୍‌ କ୍ୟାମ୍ପ ପକ୍ଷରୁ ପୂର୍ବତନ ସଲିସେଟର ଜେନେରାଲ୍‌ ହରିଶ ସାଲ୍‌ଭେ ମାମଲା ଲଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ଙ୍କ ପକ୍ଷରୁ କଂଗ୍ରେସ ରାଜ୍ୟସଭା ସଦସ୍ୟ ଅଭିଷେକ ମନୁ ସିଂହଭି ମାମଲା ଲଢ଼ୁଛନ୍ତି ।ପାଇଲଟ କ୍ୟାମ୍ପ ଦାଏର କରିଥିବା ନିଜର ଆବେଦନକୁ ସଂଶୋଧନ କରିବାକୁ ସମୟ ମାଗିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା  ।

ଏହି ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ସନ୍ଧ୍ୟା ୫ଟାରେ ରାଜସ୍ଥାନ ହାଇକୋର୍ଟ ପୁଣି ଥରେ ସଚିନ୍ ପାଇଲଟଙ୍କ ଆବେଦନକୁ ସଂଶୋଧନ କରିବାକୁ ମାଗିଥିବା ଅନୁମତି ଉପରେ ଶୁଣାଣି ଆରମ୍ଭ କରିଥିଲେ । ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣା ପଡିଛି  ।

ଏହା ଏକ ସାମ୍ବିଧାନିକ ମାମଲା ହୋଇଥିବା କାରଣରୁ ଏହାର ବିଚାର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚରେ ନହୋଇ ନହୋଇ ବୃହତ୍ତର ଖଣ୍ଡପୀଠରେ ହେବାର ଆବଶ୍ୟକତା ଥିବା ଯୁକ୍ତି ବାଢ଼ିଥିଲେ ବିଦ୍ରୋହୀ ବିଧାୟକଙ୍କ ଆଇନଜୀବୀ ହରିଶ ସାଲଭେ । ଶୁଣାଣି କେବେ ହେବ ଓ କେତେଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ହେବ ତା’ର ନିଷ୍ପତ୍ତି ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ନେବେ । ବିଧାନ ସଭା ବାଚସ୍ପତି ଜୁଲାଇ ୧୫ରେ ପାଇଲଟ୍‌ଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ନୋଟିସ୍‌ ପଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.