ଫେସ୍‌ବୁକ୍‌ ଏବେ ୟୁଜର୍ସଙ୍କୁ କହିବ ସେମାନେ ପଢ଼ୁଥିବା ଟପିକ୍‌ ନୂଆ କି ପୂରୁଣା

ସାଧାରଣତଃ ଫେସ୍‌ବୁକ୍‌ ଓ ଟ୍ଵିଟର ଭଳି ସୋସିଆଲ୍‌ ମିଡିଆରେ ଦିଆଯାଉଥିବା କଣ୍ଟେଣ୍ଟ ବା ଆର୍ଟିକିଲ୍‌ ନୂଆ କି ପୂରୁଣା ତାହା ଜାଣିବା ସମ୍ଭବ ହେଉନାହିଁ । ବେଳେ ବେଳେ ପାଠକେ ପୂରୁଣା କଣ୍ଟେଣ୍ଟକୁ ମଧ୍ୟ ସେୟାର କରିଥାନ୍ତି । ତେଣୁ ଏକ ଆର୍ଟିକିଲ୍‌ର ଟାଇମ୍‌ ଲାଇନ୍‌ ବା ସମୟସୀମା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । ଯାହାକୁ ନେଇ ଜଣେ ପାଠକ ଆର୍ଟିକିଲ୍‌ଟିକୁ ପଢ଼ିବାକୁ ଇଚ୍ଛା କରିବ ଏବଂ ସେୟାର କରିବ ।


ଏ ସମ୍ପର୍କରେ ଫେସ୍କ୍‌ ଭାଇସ୍‌ ପ୍ରେସିଡେଣ୍ଟ୍‌ ଜନ୍‌ ହେଗ୍‌ମ୍ୟାନ୍‌ କମ୍ପାନୀର ବ୍ଲଗ୍‌ରେ ଏହା ପ୍ରକାଶ କରିଛନ୍ତି । ଯାହା ଫଳରେ ୟୁଜର୍ସକୁ ଆର୍ଟିକିଲ୍‌ ପଢ଼ିବା ବା ସେୟାର କରିବା ପୂର୍ବରୁ ଅପ୍‌ସନ୍‌ ମିଳିବ । ଯଦି ଆର୍ଟିକିଲ୍‌ ଆବଶ୍ୟକୀୟ ତେବେ ଗ୍ରହଣ କରିପାରିବେ କିମ୍ବା ଆର୍ଟିକିଲ୍‌ ଆଉଟ୍‌ଡେଟେଡ୍‌ ହୋଇଥିଲେ ‘ଗୋ ବ୍ୟାକ୍‌’ ଅପ୍‌ସନ୍‌କୁ ଯାଇପାରିବେ । କଣ୍ଟେଣ୍ଟ ପ୍ରକାଶକ ବେଳେ ବେଳେ ଅଜାଣାତରେ ପୂରୁଣା କଣ୍ଟେଣ୍ଟ ପୋଷ୍ଟ କରିଦେଇଥାନ୍ତି ।

ଯାହାଦ୍ୱାରା ପାଠକ ଏଥିପ୍ରତି ବିମୁଖ ହୋଇଥାଏ ବୋଲି ଫେସ୍‌ବୁକ୍‌ ପ୍ରକାଶ କରିଛି । କେବଳ ପୂରୁଣା କଣ୍ଟେଣ୍ଟ ନୁହେଁ ସୋସିଆଲ ମିଡିଆ ସାଇଟ୍‌ରେ ମଧ୍ୟ କୋଭିଡ୍‌ ୧୯ ସମ୍ପର୍କିତ ଡାଟା ମଧ୍ୟ ପୂରୁଣା ଆସିଥାଏ । ଏଥିପାଇଁ ମଧ୍ୟ ୟୁଜର୍ସଙ୍କୁ ନୋଟିଫିକେସନ୍‌ ଦେବା ପାଇଁ କମ୍ପାନୀ ଚିନ୍ତା କରୁଛି ବୋଲି ଫେସ୍‌ବୁକ୍‌ ପ୍ରକାଶ କରିଛି ।

ଫେସ୍‌ବୁକ୍‌ ଏ ସମ୍ପର୍କରେ ୟୁଜର୍ସକୁ କଣ୍ଟେଣ୍ଟର ଲିଂକ୍‌ ଦେବା ସହ କରୋନା ଭାଇରସ୍‌ ସମ୍ପର୍କରେ ଜାଣିବା ପାଇଁ ସିଧାସଳଖ ସୂଚନା କେନ୍ଦ୍ରକୁ ଯୋଗାଯୋଗ କରାଇବା ପାଇଁ ଚିନ୍ତା କରୁଛି । ଆର୍ଟକିଲ୍‌ର ପପ୍‌ ଅପ୍‌ସ୍‌ ପାଇଁ ଖାଲି ଫେସ୍‌ବୁକ୍‌ ନୁହେଁ ଟ୍ଵିଟ୍‌ର ମଧ୍ୟ ଚିନ୍ତା କରୁଥିବା ଟ୍ଵିଟର ପକ୍ଷରୁ ପ୍ରକାଶ ପାଇଛି ।

ଯେଉଁମାନେ କରୋନା ଭାଇରସ୍‌ ସଂକ୍ରାନ୍ତୀୟ ତଥ୍ୟ ଜାଣିବା ପାଇଁ ନିୟମିତ ଭାବେ ସୋସିଆଲ୍‌ ମିଡିଆ ସାଇଟ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି ଫେସ୍‌ବୁକ୍‌ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.