Below header

ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭୧୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୦୫୨ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଜି କରୋନା ସୁସ୍ଥ ହେଲେ ୪୦୫୨ ଆକ୍ରାନ୍ତ। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି କଟକର ୩୭୮, ସୁନ୍ଦରଗଡର ୧୮୨,ପୁରୀ ୧୮୧, ଜଗତସିଂହପୁରର ୧୬୪,ଯାଜପୁରର ୧୫୨, ଝାରସୁଗୁଡାର ୧୫୦,ରାୟଗଡାର ୧୪୬,ମୟୂରଭଞ୍ଜର ୧୩୮, କେନ୍ଦ୍ରାପଡାର ୧୨୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିଭଳି ସମ୍ବଲପୁରର ୧୨୮, ସୋନପୁରର ୧୨୬, ଅନୁଗୁଳର ୧୨୨, ନୂଆପଡାର ୧୨୧,ବାଲେଶ୍ବରର ୧୧୧, ନବରଙ୍ଗପୁରର ୧୦୧,ବରଗଡର ୯୭,କୋରାପୁଟର ୯୧,କେନ୍ଦୁଝରର ୮୩,କଳାହାଣ୍ଡିର ୭୯,କନ୍ଧମାଳର ୭୨,ଢେଙ୍କାନାଳର ୭୧,ଭଦ୍ରକର ୬୫,ଗଞ୍ଜାମର ୫୫,ନୟାଗଡର ୪୫, ବଲାଙ୍ଗିରର ୪୪, ମାଲକାନଗିରିର ୩୬,ଦେବଗଡର ୨୦,ବୌଦ୍ଧର ୧୭,ଗଜପତିର ୧୫, ଷ୍ଟେଟପୁଲର ୨୧୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ଆଜିର ସୁସ୍ଥଙ୍କ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୫୭,୨୬୫ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.