Below header

କୁନି ଝିଅ ନିଜ ଡଗି ସହ ଖେଳିଲା ବେସବଲ, ସୋସିଆଲ ମିଡିଆରେ ଭାଇରଲ ହେଉଛି Video

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କୁନି ଝିଅ ନିଜ ଡଗି ସହ ବେସବଲ ଖେଳୁଥିବାର ନଜର ଆସୁଛି। ଏହାପୂର୍ବରୁ ଝିଅଟି ଏହି ଭାବନାରେ ଡୁବିଥିଲା କି, ତା’ର କେହି ସାଙ୍ଗ ନାହାନ୍ତି, ଯାହା ସହିତ ସେ ବେସବଲ ଖେଳିପାରିବ। ଖାସ କରି କରୋନା ସମୟରେ ଯେଉଁଠି ପିଲାମାନେ ଇନଡୋର ଖେଳ ଖେଳୁଛନ୍ତି, ସେଠି ଝିଅଟି ବାହାରେ ଖେଳିବା ପାଇଁ ଇଚ୍ଛା ରଖିଥିଲା। ସେ ଲମ୍ବା ସମୟ ଧରି ଭାବିବାକୁ ଲାଗିଥିଲା।

ଏତିକି ବେଳେ ତା’ ଘରଲୋକ ତାକୁ ଉପାୟ ବତେଇ କହିଥିଲେ କି, ତୁମେ ତୁମ ବେଷ୍ଟ ଫ୍ରେଣ୍ଡ ସହିତ ବେସବଲ ଖେଳିପାରିବ। ଏହି ସମୟରେ ଡଗି ମଧ୍ୟ ନିଜ ମୁଣ୍ଡ ହଲାଇ ଖେଳିବା ପାଇଁ ସହମତି ପ୍ରକାଶ କରିଥିଲା। ତା’ପରେ ଡଗି ଛିଡା ହୋଇ ଟିକେ ବ୍ୟାୟାମ କରିଥିଲା। ୱାର୍ମଅପ ମଧ୍ୟ କରିଥିଲା। ପରେ କୁନି ଝିଅ ଓ ଡଗି ମିଶି ପଡିଆକୁ ଯାଇଥିଲେ ଏବଂ ବେସବଲ ଖେଳରେ ମାତି ଯାଇଥିଲେ।

ଝିଅଟି ବ୍ୟାଟରେ ବଲକୁ ହିଟ କଲା ପରେ ଡଗି ବଲ ନେଇ ଆସୁଥିଲା। ଗୋଟିଏ ସଟ ପରେ କୁନିଝିଅ ଆଉ ଗୋଟିଏ ହିଟ କରୁଥିଲା। ଏପରିକି, ହିଟ କଲା ବେଳେ ଭାରସାମ୍ୟ ହରାଇ ତଳେ ବି ପଡିଯାଉଥିଲା। ଏହିପରି ଭାବେ ଦୁଇଜଣ ସାଙ୍ଗ ଖେଳର ଖୁବ ମଜା ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.