Below header

ବିଦ୍ୟୁତ ଦର ବଢାଇଲା OERC, ଅକ୍ଟୋବର ୧ରୁ ୟୁନିଟ ପିଛା ବଢିବ ୨୦ ପଇସା

କେନ୍ୟୁଜ୍(ବ୍ୟୁରୋ):  ବଢ଼ିଲା ବିଦ୍ୟୁତ ଦର । ବିଜୁଳି ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ। ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ବିପିଏଲ୍‌ କିମ୍ବା ଚାଷୀ ଉପଭୋକ୍ତାଙ୍କ ପାଇଁ ଏହି ଦର ଲାଗୁ ହେବନାହିଁ। ଏପ୍ରିଲ ୧ରୁ ଏହି ଦର ଲାଗୁ ହେବାର ଥିଲା। କିନ୍ତୁ କୋଭିଡ ପରିସ୍ଥିତି ପାଇଁ ବିଜୁଳି ଦରକୁ ବର୍ଦ୍ଧିତ କରାଯାଇନଥିଲା।

କାରଣ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ଯୋଗୁଁ ବିଜୁଳି ବ୍ୟବହାର ୩୦ ପ୍ରତିଶତ କମ୍‌ ହୋଇଯାଇଥିଲା। ଏବେ ପରିସ୍ଥିତି ସ୍ୱାଭାବିକ ହେବା ପରେ ବିଜୁଳି ଦର ବଢାଇବା ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.