Below header

ଆଜି ପୁଣି ରେକର୍ଡ କଲା କରୋନାରୁ ସୁସ୍ଥ ସଂଖ୍ୟା, ରାଜ୍ୟରେ ସର୍ବାଧିକ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଆଜି ରେକର୍ଡ କଲା ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା। ଆଜି ରାଜ୍ୟରେ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ  ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଛନ୍ତି।


ସେହିପରି କଟକରେ ୪୨୫, ସୁନ୍ଦରଗଡର ୨୬୭ ବରଗଡର ୨୪୪, ମୟୂରଭଞ୍ଜର ୨୪୦, ବାଲେଶ୍ବରର ୧୮୭, ଯାଜପୁରର ୧୮୫,କେନ୍ଦ୍ରାପଡାର ୧୭୯,ଅନୁଗୁଳର ୧୬୭,ଗଞ୍ଜାମର ୧୫୭,ପୁରୀର ୧୩୨,ଭଦ୍ରକର ୧୩୦, ଜଗତସିଂହପୁରର ୧୩୦, ଝାରସୁଗୁଡାର ୧୩୦, କେନ୍ଦୁଝରର ୭୮, ସମ୍ବଲପୁରର ୭୭, କୋରାପୁଟର ୭୪, ନୂଆପଡାର ୭୪, ନବରଙ୍ଗପୁରର ୫୯ ଢେଙ୍କାନାଳର ୫୦,ନୟାଗଡର ୪୮ ଜଣ କରୋନାରୁ ସୁସ୍ଥ  ହୋଇଛନ୍ତି।

ସେହିପରି ରାୟଗଡାର ୪୫, କଳାହାଣ୍ଡିର ୩୭, ବଲାଙ୍ଗିରର ୩୩,ସୋନପୁରର ୩୩,କନ୍ଧମାଳର ୩୨,ବୌଦ୍ଧର ୩୧,ଦେବଗଡର ୨୬,ମାଲକାନଗିରିର ୨୪,ଗଜପତିର ୨୩ ଜଣ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ୧୧୨୦୬୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.