‘ଆଦିପୁରୁଷ’ରେ ପ୍ରଭାସଙ୍କ ସୀତା ହେବେ ଅନୁଷ୍କା ଶର୍ମା ! ଖୁବଶୀଘ୍ର ହୋଇପାରେ ଘୋଷଣା

ବଲିଉଡ ନିର୍ଦ୍ଦେଶକ ଓମ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଲିଡ ଅଭିନେତ୍ରୀ ପାଇଁ ଏବେ ଖୋଜା ଚାଲିଛି। ଫିଲ୍ମରେ ବାହୁବଳୀ ଫେମ ପ୍ରଭାସ ‘ରାମ’ଙ୍କ ଭୂମିକାରେ ଅଭିନୟ କରିବେ। ସେହିପରି ଅଭିନେତା ସୈଫ ଅଲ୍ଲୀ ଖାନ ଲଙ୍କେସଙ୍କ ଭୂମିକାରେ ନଜର ଆସିବେ। ଖବର ରହିଛି, ଏହି ଫିଲ୍ମ ଜରିଆରେ ଅନୁଷ୍କା ଶର୍ମା ପୁଣି ବଲିଉଡକୁ ଫେରିପାରନ୍ତି।

nv

‘ଆଦିପୁରୁଷ’ ଭାରତୀୟ ମହାକାବ୍ୟ ‘ରାମାୟଣ’ର ଅନସ୍କ୍ରିନ ରୂପାନ୍ତରିତ। ରିପୋର୍ଟ ମୁତାବକ, ଏହି ଫିଲ୍ମରେ ‘ସୀତା’ଙ୍କ ଚରିତ୍ର ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମା ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ଖୁବଶୀଘ୍ର ଏହି କଥା ଉପରେ ନିଷ୍ପତ୍ତି ହୋଇପାରେ। ‘ଆଦିପୁରୁଷ’ ଏକ ମେଗା ବଜେଟର ଫିଲ୍ମ। ଏହା ତେଲୁଗୁ ଏବଂ ହିନ୍ଦୀରେ ସୁଟ କରାଯିବ। ଫିଲ୍ମର ସୁଟିଂ ୨୦୨୧ରେ ହେବ ଏବଂ ୨୦୨୨ରେ ରିଲିଜ କରାଯିବ। ଏହାକୁ ଟି-ସିରିଜ ପ୍ରଡ୍ୟୁସ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.