ଆଜି ରେକର୍ଡ କଲା ସୁସ୍ଥ ସଂଖ୍ୟା,ରାଜ୍ୟରେ ସୁସ୍ଥ ହେଲେ ଆଉ  ୪୩୮୮ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଜି ରେକର୍ଡ କଲା ସୁସ୍ଥ ସଂଖ୍ୟା, ରାଜ୍ୟରେ ସୁସ୍ଥ ହେଲେ ଆଉ  ୪୩୮୮ କରୋନା ଆକ୍ରାନ୍ତ। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର  ସର୍ବାଧିକ ୭୪୪ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୬୫,୪୩୨ରେ ପହଞ୍ଚିଛି ବୋଲି  ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ପରିବାର କଲ୍ୟାଣ  ବିଭାଗ।


ସେହିଭଳି କଟକର ୪୯୬,ପୁରୀ ୧୮୩, ନୂଆପଡାର ୧୭୯, ବରଗଡର ୧୭୪ ଝାରସୁଗୁଡାର ୧୬୭,ଯାଜପୁରର ୧୫୯,ଅନୁଗୁଳର ୧୪୪,ବାଲେଶ୍ବରର ୧୪୨,ରାୟଗଡାର ୧୩୮,ସୁନ୍ଦରଗଡର ୧୨୮,କନ୍ଧମାଳର ୧୨୬,ଜଗତସିଂହପୁରର ୧୧୫,ନବରଙ୍ଗପୁରର ୧୧୫,ସମ୍ବଲପୁରର ୧୧୪, ମୟୁରଭଞ୍ଜର ୧୦୯, ବୌଦ୍ଧର ୧୦୧,କେନ୍ଦ୍ରାପଡାର ୧୦୦,ଭଦ୍ରକର ୮୯ ଜଣ ସୁସ୍ଥ  ହୋଇଛନ୍ତି।


ଏହା ସହିତ କୋରାପୁଟର ୮୮, କେନ୍ଦୁଝରର ୭୩, ଢେଙ୍କାନାଳର ୫୭, ସୋନପୁରର ୫୬, ଗଞ୍ଜାମର ୪୯,ବଲାଙ୍ଗିରର ୪୭,ନୟାଗଡର ୪୪,କଳାହାଣ୍ଡିର ୪୩,ମାଲକାନଗିରିର ୪୦,ଗଜପତିର ୩୨,ଦେବଗଡର ୧୦,ଷ୍ଟେଟପୁଲର ୩୨୬ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।