ଏଲ୍ଆଇସିର ‘ଜୀବନ ଶାନ୍ତି’ ପଲିସିରେ ଥରେ ଭରନ୍ତୁ ଟଙ୍କା, ପାଆନ୍ତୁ ପ୍ରତି ମାସ ୧୦ ହଜାର ପେନ୍ସନ୍, ଆଜୀବନ ମିଳିବ ଫାଇଦା

ନୂଆଦିଲ୍ଲୀ : ଅଧିକାଂଶ ଚାକିରିଆ ପେନ୍ସନ୍କୁ ନେଇ ଚିନ୍ତିତ ଥାଆନ୍ତି । ଏହି ଟେନ୍ସନ୍ ବିଶେଷକରି ଚାକିରୀ ସରୁ ସରୁ ବେଶୀ ଆସିଥାଏ । ୬୦ ବର୍ଷ ବୟସରେ ପହଞ୍ଚିବା ପରେ ସମସ୍ତଙ୍କୁ ଚିନ୍ତା ଆସିଥାଏ ଯେ ପେନ୍ସନ୍ ବ୍ୟବସ୍ଥା କିପରି କରାଯିବ ।
ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ(ଏଲ୍ଆଇସି) ପେନ୍ସନ୍ ଟେନ୍ସନ୍ ସମାପ୍ତ କରିବା ପାଇଁ ଗ୍ରାହକଙ୍କ ପାଇଁ ଆଣିଛି ‘ଜୀବନ ଶାନ୍ତି’ ପେନ୍ସନ୍ ପଲିସି । ଏହା ଏକ ଏମିତି ପଲିସି ଯେଉଁଥିରେ ଥରେ ନିବେଶ କରି ତୁରନ୍ତ ପେନ୍ସନ୍ ପଲିସିର ଲାଭ ଉଠାଇ ପାରିବେ । ଯଦି ଆପଣ ତୁରନ୍ତ ପେନ୍ସନ୍ ନନେବାକୁ ଚାହାଁନ୍ତି ତେବେ ୫, ୧୦, ୧୫ ଓ ୨୦ ବର୍ଷ ପରେ ଆରମ୍ଭ କରିପାରନ୍ତି ।
ପଲିସିରେ ନିବେଶ କରିବାର ସର୍ତ୍ତ :
ବୟସ : ନ୍ୟୁନତମ ୩୦ ଓ ସର୍ବାଧିକ ୮୫ ବର୍ଷ ।
ସମ୍ ଏସୋର୍ଡ : ନ୍ୟୁନତମ ୬ ଲକ୍ଷ ଟଙ୍କା ଓ ସର୍ବାଧିକ କିଛି ସୀମା ନାହିଁ ।
ଲୋନ୍ : ପେନ୍ସନ୍ ଆରମ୍ଭ ହେବାର ୧ ବର୍ଷ ପରେ ଲୋନ୍ ସୁବିଧା ।
ସରେଣ୍ଡର : ପେନ୍ସନ୍ ଆରମ୍ଭ ହେବାର ୩ ମାସ ପରେ ପଲିସି ସରେଣ୍ଡର କରାଯାଇ ପାରିବ ।
ପେନ୍ସନ୍ର ବିକଳ୍ପ : ସଂଗେ ସଂଗେ ନେଇପାରିବେ
ଯଦି ଆପଣ ଏହି ପଲିସିରେ ଏକକାଳୀନ ୨୦ ଲକ୍ଷ ଟଙ୍କା ନିବେଶ କରିବେ। ତେବେ ସଂଗେ ସଂଗେ ନେବାକୁ ଚାହିଁଲେ ଆପଣଙ୍କୁ ପ୍ରତି ମାସ ୧୦୦୬୭ ଟଙ୍କା ମିଳିବ । ଏଲ୍ଆଇସିର ଅନେକ ଏପରି ଭଲ ଯୋଜନା ରହିଛି । ଅଧିକ ବିବରଣୀ ପାଇଁ ଏଲ୍ଆଓସି ସହ ଯୋଗାଯୋଗ କରିପାରିବେ ।