Below header

SBI ଦେଲା ଗ୍ରାହକଙ୍କୁ ବଡ ଚେତାବନୀ, ନଦେଖିଲେ ଆପଣ ବି ପଡିପାରନ୍ତି କ୍ଷତିରେ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କୁ ଟ୍ୱିଟର ମାଧ୍ୟମରେ ଚେତାବନୀ ଦେଇଛି । ବ୍ୟାଙ୍କ କହିଛି ଯେ ଠକମାନେ ଗ୍ରାହକଙ୍କୁ ନକଲି ଆଲର୍ଟ ଇମେଲ ପଠାଉଛନ୍ତି, ଯାହା ଏସବିଆଇରୁ ଆସୁଥିବା ଜଣାପଡିଛି । ସେମାନଙ୍କଠାରୁ ଦୂରରେ ରୁହନ୍ତୁ । ଏସବିଆଇ ଟ୍ୱିଟରେ କହିଛି ଯେ ଏହି ନକଲି ଆଲର୍ଟ ଇମେଲଗୁଡିକ ଗ୍ରାହକଙ୍କୁ ଏମିତି ସଂସ୍ଥାଗୁଡ଼ିକ ଦ୍ୱାରା ପଠାଯାଉଛି ଯାହାର କୌଣସି ଅସ୍ଥିତ୍ୱ ନାହିଁ । ଯଦି ଗ୍ରାହକଙ୍କୁ ଏପରି କୌଣସି ଇମେଲ ଆସେ ତେବେ ସେମାନଙ୍କୁ କ୍ଲିକ୍ ନକରିବାକୁ ବ୍ୟାଙ୍କ ଚେତାବନୀ ଦେଇଛି ।

ଏହାସହିତ ଗୃହ ମନ୍ତ୍ରଣାଳୟର ନେସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ https://cybercrime.gov ରେ ଏହି ସ୍କାମ ଇମେଲଗୁଡିକ ରିପୋର୍ଟ କରନ୍ତୁ ବୋଲି କହିଛି । ଏସବିଆଇ ଏହା ମଧ୍ୟ କହିଛି ଯେ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ପ୍ରକୃତ ସାଇଟ୍ ହେଉଛି https: //www.onlinesbi । SBI ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ଅନ୍ୟ କୌଣସି ସାଇଟ୍ ପରିଦର୍ଶନ କରନ୍ତୁ ନାହିଁ ବୋଲି କହିଛି SBI ।

Be Alert & Be Aware in 2020 | Awareness, Sms, Safety tips

ନିକଟରେ ଏସବିଆଇ ନିଜର ଗ୍ରାହକଙ୍କୁ ନକଲି ଲୋନ ଅଫର ବିଷୟରେ ଚେତାବନୀ ଦେଇଛି । ବ୍ୟାଙ୍କ କହିଛି ଯେ କିଛି ଅଜ୍ଞାତ ବ୍ୟକ୍ତି ‘ଏସବିଆଇ ଲୋନ ଫାଇନାନ୍ସ ଲିମିଟେଡ୍’ ଏବଂ ‘ମୁଦ୍ରା ଫାଇନାନ୍ସ ଲିମିଟେଡ୍’ ନାମକ ସଂସ୍ଥା ତରଫରୁ ଋଣ ପ୍ରଦାନ କରି ସାଧାରଣ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି । ବାସ୍ତବରେ ଏହି କମ୍ପାନୀଗୁଡିକର କୌଣସି ଅସ୍ଥିତ୍ୱ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ‘ଏସବିଆଇ ଲୋନ ଫାଇନାନ୍ସ ଲିମିଟେଡ୍’ ଏବଂ ‘ମୁଦ୍ରା ଫାଇନାନ୍ସ ଲିମିଟେଡ୍’ ସହିତ କୌଣସି ସମ୍ପର୍କ ନାହିଁ । ଏସବିଆଇ ଏହା ମଧ୍ୟ କହିଛି ଯେ ଯେଉଁମାନଙ୍କର ଋଣ ଦରକାର ସେମାନେ ସିଧାସଳଖ ବ୍ୟାଙ୍କର ନିକଟତମ ଶାଖା ସହିତ ଯୋଗାଯୋଗ କରିବା ଉଚିତ, ମଧ୍ୟସ୍ଥିଙ୍କ ନିକଟକୁ ଯାଆନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.