ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା, ଟ୍ବିଟ କରି ନିଜେ ସୂଚନା ଦେଲେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା । ଆଜି ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଟ୍ବିଟ ଯୋଗେ ଶ୍ରୀ ବେହେରା କହିଛନ୍ତି ବିଗତ ୭ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ନିଜକୁ ଆଇସୋଲେସନରେ ରଖନ୍ତୁ । ମୁଁ ଏବେ ହୋମ ଆଇସୋଲେସନରେ ଥାଇ ସୁସ୍ଥ ଅଛି ।ଶ୍ରୀ ବେହେରା କରୋନା ପଜିଟିଭ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
I am symptomatic hence, under medication. I am in Home isolation and in stable condition.@CMO_Odisha @Naveen_Odisha @EIT_Odisha @sports_odisha
— Tusharkanti Behera (@btushar02) September 25, 2020
ଏହା ପୂର୍ବରୁ ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟ ଶିଶୁ ଓ ମହିଳା ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଖାଦ୍ୟ ଯୋଗାଣ, ଉପଭୋକ୍ତା କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ସଂକ୍ରମିତ ହୋଇଥିବା ହୋଇଛନ୍ତି ।