୨,୦୦୦ ଫୁଟ ଉଚ୍ଚ ଆକାଶରେ ବିମାନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା, ଖୁସିରେ ନବଜାତକକୁ ସାରା ଜୀବନ ପାଇଁ ମିଳିଲା ମାଗଣା ଟିକେଟ !

ଭୂମିଠାରୁ ୨,୦୦୦ ଫୁଟ ଉଚ୍ଚ ଆକାଶରେ ଉଡ଼ୁଥିବା ଏକ ଫ୍ଲାଇଟରେ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଘଟଣାଟି ଘଟିଛି The Egyptians Flight MS777ରେ। ଏହା କୈରୋରୁ ଲଣ୍ଡନ ଯାଉଥିଲା। ଫ୍ଲାଇଟରେ ୟମନର ଜଣେ ମହିଳା ପାସେଞ୍ଜର ଯାତ୍ରା କରୁଥିଲେ, ଯିଏକି ଗର୍ଭବତୀ ଥିଲେ। ତାଙ୍କ ନାଁ ହିୟ ନସ୍ତ୍ର ନାଜି ଦାବନ ବୋଲି କୁହାଯାଉଛି।
ତାଙ୍କର ଡ୍ୟୁ ଡେଟରେ ସମୟ ଥିଲା। କିନ୍ତୁ ପ୍ଲେନ ଯେତେବେଳେ ଟେକ ଅଫ କରିଥିଲା, କିଛି ସମୟ ପରେ ମହିଳାଙ୍କୁ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପାଇଲଟଙ୍କୁ ସୂଚନା ଦିଆଯିବା କ୍ଷଣି ସେ ବିମାନର ଇମରଜେନ୍ସି ଲ୍ୟାଣ୍ଡିଙ୍ଗର ପ୍ରସ୍ତୁତି ଆରମ୍ଭ କରିଥିଲେ। ଇମରଜେନ୍ସି ଲ୍ୟାଣ୍ଡିଙ୍ଗ ମ୍ୟୁନିଚରେ ମଧ୍ୟ କରାଯାଇଥିଲା। କିନ୍ତୁ ବିମାନ ରନୱେକୁ ଛୁଇଁବା ପୂର୍ବରୁ ଶିଶୁ ଆକାଶରେ ହିଁ ଜନ୍ମ ହୋଇଯାଇଥିଲା।
ବିମାନରେ ଯାତ୍ରା କରୁଥିବା ଜଣେ ଡାକ୍ତର ହିଁ ମହିଳାଙ୍କ ପ୍ରସବ କରାଇଥିଲେ। ପିଲାଟିର ଜନ୍ମ ପରେ ଏହି ଏୟାରଲାଇନ ଟୁଇଟ କରି ସମସ୍ତଙ୍କୁ ଏ ନେଇ ସୂଚନା ଦେଇଥିଲା। ଆଉ ଏହା ମଧ୍ୟ ଘୋଷଣା କରିଥିଲା କି, ବିମାନରେ ଜନ୍ମ ହୋଇଥିବା ଏହି ଶିଶୁକୁ ସାରା ଜୀବନ ପାଇଁ Egyptair flightର ମାଗଣା ଟିକେଟ ଦିଆଯିବ।