ଏହି ସାପ ଗୋଟିଏ ପିଲାକୁ ମାସକ ଭିତରେ କରିଛି ୮ ଥର ଦଂଶନ, ଆଶ୍ଚର୍ଯ୍ୟର କଥା କ’ଣ ଜାଣନ୍ତୁ

ବସ୍ତୀ : ବେଳେ ବେଳେ ଏମିତ କିଛି ଘଟଣା ଘଟେ ଯାହାକି ଚିନ୍ତନ ଶକ୍ତି ବାହାରେ ଥାଏ । ଉତ୍ତରପ୍ରଦେଶର ବସ୍ତୀ ଜିଲ୍ଳାରେ ଏପରି ଏକ ବିଚିତ୍ର ମାମଲା ନଜରକୁ ଆସିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏଠାରେ ଏକ ପିଲାକୁ ଗୋଟିଏ ନିର୍ଦ୍ଦିଷ୍ଟ ସାପ ଗୋଟିଏ ମାସରେ ୮ ଥର ଦଂଶନ କରିଛି । ପିଲାଟିକୁ ବାରମ୍ବାର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।

snake-09

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ପିଲାଟିକୁ ୮ ଥର ସାପ ଦଂଶନ କଲା ପରେ ବି ସେ ଜୀବିତ ଅଛନ୍ତି । ଏହି ଘଟଣାକୁ ନେଇ ପରିବାର ଲୋକେ ଆତଙ୍କିତ ଅଛନ୍ତି । ପିଲାଟିର ବାପା ଚନ୍ଦ୍ରମୈାଳି ମିଶ୍ର କୁହନ୍ତି ‘ ଯେତେବେଳେ ମୋର ପୁଅକୁ ସାପ ତୃତୀୟ ଥର ଦଂଶନ କଲା, ସେତେବେଳେ ମୁଁ ତାକୁ ଦୂରରେ ଥିବା ମୋର ଏକ ବନ୍ଧୁ ଘରକୁ ପଠାଇଦେଲି । ହେଲେ ସେଠାରେ ମଧ୍ୟ ସେହି ସାପଟି ପୁଅକୁ ଦଂଶନ କରିବାର ଦେଖାଯାଇଥିଲା । ତେବେ ଏହାକୁ ନେଇ ଆମେ ବଡ ଆତଙ୍କିତ ଅବସ୍ଥାରେ ଅଛୁ ବୋଲି ପିଲାର ବାପା କହିଛନ୍ତି ।

ସାପକୁ ଧରିବା ପାଇଁ ସାପୁଆକୁ ବ୍ୟବସ୍ଥା କରିବା ସହ ପୂଜାପାଠ ସବୁ ସାରିଲୁଣି । ହେଲେ ସାପ ପାଇଁ ସବୁ ବ୍ୟବସ୍ଥା ବ୍ୟର୍ଥ ହେଉଛି । ପିଲାଟି ସବୁବେଳେ ଆତଙ୍କିତ ଅବସ୍ଥାରେ ରହୁଥିବା ପିଲାର ବାପା କହିଛନ୍ତି । କେହି କେହି ସାପ ସହ ଉକ୍ତ ପିଲାର ପୂର୍ବ ଜନ୍ମର ସମ୍ପର୍କ ରହିଥିବା କହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.