ବିରାଟ-ଅନୁଷ୍କାଙ୍କ ଉପରେ ଦେଇଥିବା କମେଣ୍ଟକୁ ନେଇ ଗାଭାସ୍କରଙ୍କ ଉପରେ ତାତିଲେ ଫ୍ୟାନ, BCCIକୁ କଲେ ଏପରି ଅପିଲ

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଭାରତୀୟ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । ଗୁରୁବାର ଦିନ କିଙ୍ଗସ ଇଲେଭେନ ପଞ୍ଜାବ (KXIP) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମ୍ୟାଚ୍ର କମେଣ୍ଟ୍ରି ସମୟରେ ଗାଭାସ୍କରଙ୍କ କମେଣ୍ଟ ଆସିଥିଲା । ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଦର୍ଶନ ଆଶାନୁଯାୟୀ ନୁହେଁ ବୋଲି କହିଥିଲେ ଗାଭାସ୍କର ।
@StarSportsIndia @IPL it’s time to say sunil Gavaskar goodbye from the panel get someone else now @BCCI @SGanguly99
— Priyanshu Gourav Sarangi (@SarangiGourav) September 25, 2020
ପଞ୍ଜାବ ଇନିଂସରେ କେ.ଏଲ୍ ରାହୁଲଙ୍କ ଦୁଇଟି କ୍ୟାଚ୍ ଛାଡିବା ପରେ ଯେତେବେଳେ କୋହଲି ଟାର୍ଗେଟ ପାଇଁ ଯେତେବେଳେ ସେ ବ୍ୟାଟିଂକୁ ଆସିଥିଲେ ସେଥିରେ ମଧ୍ୟ ସେ ଅସଫଳ ହୋଇଥିଲେ । ଦୁବାଇରେ କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ପାଞ୍ଚଟି ବଲରେ ଗୋଟିଏ ରନ୍ ସ୍କୋର କରି ସେ ଆଉଟ ହୋଇଯାଇଥିଲେ । 207 ରନର ଲକ୍ଷ୍ୟ ଆଗରେ ବେଙ୍ଗାଲୁରୁ ଟିମ 109 ରନରେ ହରି ଯାଇଥିଲେ । ଆରସିବି ଏହି ମ୍ୟାଚକୁ 97 ରନରେ ହାରିଯାଇ ଥିଲା।
Heard this live and the guy laughed. He has always been in the news for making some really unacceptable remarks “jokingly” while in the commentary box but this isn’t okay. Who gave him the right to drag somebody’s family into it irrespective of the context he meant it in? https://t.co/4MeFZNOdx4
— m (@Manasa2922x) September 24, 2020
ସୂଚନା ଅନୁଯାୟୀ କମେଣ୍ଟ୍ରି କରୁଥିବା ଗାଭାସ୍କର କୋହଲିଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି । ଗାଭାସ୍କରଙ୍କ ଏହି ମନ୍ତବ୍ୟ ବିରାଟଙ୍କ ପ୍ରଶଂସକଙ୍କ ଦ୍ୱାରା ଭାଇରାଲ ହୋଇଥିଲା । କୋହଲିଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହାକୁ ନେଇ କ୍ରୋଧ ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରୁ କେତେକ କମେଣ୍ଟାରୀ ପ୍ୟାନେଲରୁ ଗାଭାସ୍କରଙ୍କୁ ହଟାଇବାକୁ ବିସିସିଆଇକୁ ଅନୁରୋଧ କରିଥିଲେ।
Seeing Anushka trending, first I thought, NCB summons her too.
Then understood, in the world’s “most uncivilized” country, a wife is trolled if her husband underperforms at work but never ever gets any credit if the hubby darling performs and Delivers.🤷🏿♂️pic.twitter.com/oGYWzvC1VE— Arpit Maheshwari (@NuwalArpit) September 24, 2020
କୋହଲିଙ୍କ ପ୍ରଦର୍ଶନ ସହିତ ତାଙ୍କ ପତ୍ନୀଙ୍କ ନାମ ଯୋଡିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଗାଭାସ୍କରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । କେହି କେହି ଲେଖିଛନ୍ତି ଯେ ଗାଭାସ୍କରଙ୍କ ପରି ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କ ଠାରୁ ଏହିପରି ଶବ୍ଦ ବା ଭାଷା ଆଶା କରାଯାଇପାରିବ ନାହିଁ ।