ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିଛନ୍ତି କି ଏହି ୧୪ଟି ଆପ, ଚୋରି ହୋଇପାରେ ଆପଣଙ୍କ ଟଙ୍କା

ଗତ ମାସରେ ସିକ୍ୟୁରିଟି କମ୍ପାନୀ ସୋଫୋସ୍ ଗୁଗୁଲ ସହିତ ଆଣ୍ଡ୍ରଏଡ୍ ଆପ୍ସର ଏକ ତାଲିକା ସେୟାର କରିଛି । ଯାହା ଦାମୀ ସବସ୍କ୍ରିପସନ୍ ସେବା ପାଇଁ ସାଇନ୍ ଇନ୍ କରୁଥିବା ଉପଭୋକ୍ତାଙ୍କୁ ଠକୁଛି ବୋଲି ଦାବି କରିଛି ଏବଂ ଏହାକୁ ‘fleeceware apps’ ବୋଲି କୁହାଯାଏ । ନିଜର ସର୍ତ୍ତାବଳିକୁ ଲୁଚାଇ ସେମାନେ ଉପଭୋକ୍ତାଙ୍କ ଅଜାଣତରେ ସେମାନଙ୍କୁ ଶହ ଶହ ଡଲାର ମୂଲ୍ୟର ଆପ୍ ସବସ୍କ୍ରିପସନ୍ କରାଉଛନ୍ତି ।
ଏହି ରିପୋର୍ଟରେ ରାଶିଫଳ ଭଳି ଆପ୍ସର ଉଦାହରଣ ସେୟାର କରାଯାଇଛି ଯାହା ସପ୍ତାହରେ 70 ଡଲାରରୁ ଅଧିକ ସବସ୍କ୍ରାଇବ କରିବାକୁ ଚେଷ୍ଟା କରୁଛି । ଉପଭୋକ୍ତାମାନେ ସବସ୍କ୍ରିପସନ୍ ବଟନ୍ ନ ଦବାଇ ମଧ୍ୟ ନିଜ ଫୋନରେ ‘ବ୍ୟାକ୍’ ବଟନ୍ ଦବାଇବା ସମୟରେ ଏହି ସବୁ ସବସ୍କ୍ରାଇବ ହୋଇଯାଇଥାଏ । ସିକ୍ୟୁରିଟି ଫର୍ମ ଗୁଗୁଲ ସହିତ ଏହିପରି 20 ରୁ ଅଧିକ ଆପ୍ସର ଏକ ତାଲିକା ସେୟାର କରିଛି । ତେବେ ଏଥିମଧ୍ୟରୁ କିଛି ଆପ ହଟାଇ ଦିଆଯାଇଥିବା ବେଳେ ନିକଟରେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉକ୍ତ ତାଲିକାରୁ 14ଟି ସେହିଭଳି ଆପ ଠାବ କରାଯାଇଛି । ସେଗୁଡିକ ହେଲା-
- Compress Video
- Dynamic Wallpaper
- Gametris Wallpaper
- MojiFont
- Montage – Help you make cool videos
- My Replica 2
- Old Me-Simulate Old Face
- Photo Converter
- Prank Call
- Recover deleted photos, Photo backup
- Search by Image
- Video Magician
- Xsleep
- Zynoa Wallpaper