Below header

ପୁରୀ ରଥଯାତ୍ରା ପ୍ରସ୍ତୁତି: ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ

ପୁରୀ(କେନ୍ୟୁଜ୍):  ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଗିବ ୨୫୦ଟି ଏଲଇଡି ଲାଇଟ୍‌ । ୱାଟକୋ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକାରୀ ସହ ପିଭିସି ଟଏଲେଟର ବ୍ୟବସ୍ଥା ହେବ । ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ରଥଯାତ୍ରା ସମନ୍ଵୟ ବୈଠକ ପୁରୀ ଟାଉନ୍‌ ହଲ୍‌ରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରଥନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ୍‌ ଯୋଗାଣ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ଖାଦ୍ୟ ଓ ଜଳଯୋଗାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ୪୦ଟି ସ୍ୱତନ୍ତ୍ର ଟ୍ରେନ ସହ ରଥଯାତ୍ରା ଠାରୁ ସୁନାବେଶ ମଧ୍ୟରେ ୧୩୭ଟି ଅତିରିକ୍ତ ଟ୍ରେନ୍‌ ଚଳାଚଳ କରିବ । ପ୍ରତି ଟ୍ରେନରେ ୧୫୦ଟି ଅଧିକ କୋଚ୍‌, ୫୦୦ ଆରପିଏଫ କର୍ମଚାରୀ ମୁତୟନ ରହିବେ । ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ । ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ଯାଏ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବ ପୋଲିସ । ୨୦୨୨ ରଥଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟ ଓ ମୋବାଇଲ ଆପ୍‌ ପ୍ରସ୍ତୁତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.