Below header

ରାଜଧାନୀରେ ଉପର ମୁହାଁ କରୋନା ଗ୍ରାଫ୍, ଭୁବନେଶ୍ୱରରୁ ଆଜି ମୋଟ୍‌ ୫୪୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ଉପର ମୁହାଁ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରରୁ ଆଜି ମୋଟ୍‌ ୫୪୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ବାରେଣ୍ଟାଇନରୁ ୨୨୦ ଜଣ ଓ ଲୋକାଲ କେସରୁ ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି  ଆଜି ରାଜଧାନୀର ୩୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

ବିଏମ୍‌ସି ସୂଚନା ଅନୁସାରେ ୧୬ ଜଣ ପୋଲିସ କର୍ମଚାରୀ  କରୋନା ଆକ୍ରାନ୍ତ ହୋଇଛନ୍ତି।  ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର, ୟୁନିଟ-୬ରୁ ୯ ଜଣ ଲେଖାଏଁ, ନିଳାଦ୍ରୀ ବିହାର ପଣ୍ଡା ପାର୍କରୁ ୭ ଜଣ, ଝାରପଡ଼ା ମହାବୀର ନଗରରୁ ୬ ଜଣ, ମାଷ୍ଟର କ୍ୟାଣ୍ଟିନରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲୋକାଲା କଣ୍ଟାକ୍ଟ  ମଧ୍ୟରେ ପଟିଆ ଓ ଭୀମପୁର କେଳାବସ୍ତିରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୧ ଜଣ ବ୍ୟାଙ୍କ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।  ନୟାପଲ୍ଲୀ ନୂଆସାହିରୁ ୭ ଜଣ  ଚିନ୍ତାମଣିଶ୍ୱରରୁ ୭ ଜଣ, ଖଣ୍ଡଗିରିରୁ ୬ ଜଣ, ମଞ୍ଚେଶ୍ବରରୁ ୬ ଜଣ, ସୁନ୍ଦରପଦାରୁ ୬ ଜଣ, ଭିଏସ୍‌ଏସ୍‌ ନଗର, ନିଳାଦ୍ରୀ ବିହାର, ନହରକଣ୍ଟାରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.