Below header

ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଷ୍ଟୁରାଣ୍ଟର ସବୁ ଖାଦ୍ୟ ଖାଇଗଲେ ଏହି ବ୍ୟକ୍ତି

ଆଜିକାଲ ସମାଜରେ ଗରିବ ଦୁଃଖୀ ଲୋକଙ୍କ ସାହାଯ୍ୟ କରିବା ପାଇଁ ଅନେକ ସମାଜ ସେବୀ ବା ସୋସିଆଲ ଓ୍ଵାର୍କର୍ସ ରହିଛନ୍ତି । ଅନେକ ଅସହାୟ ଲୋକଙ୍କୁ ଏମାନେ ସାହାଯ୍ୟ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଗରିବ ଲୋକଙ୍କ ସାହାଯ୍ୟ କରିବା ପାଇଁ ଏକ ଭିନ୍ନ ଓ ରୋମାଞ୍ଚକ ରାସ୍ତା ଆପଣେଇଛନ୍ତି । ୟୁକେର ସଣ୍ଡରଲ୍ୟାଣ୍ଡରେ ରହୁଥିବା କାଇଲି ଗିବସନ ଏକ ହୋଟେଲରେ ପ୍ରଚୁର ମାତ୍ରାରେ ଖାଇବା ଖାଇ ସେହି ଟଙ୍କାକୁ ଗରିବ ଲୋକଙ୍କ ସାହାଯ୍ୟରେ ଲଗାଇଛନ୍ତି ।

କାଇଲ ଏକାଥରକେ ପ୍ରଚୁର ମାତ୍ରାରେ ଖାଇବା ଖାଇଥାନ୍ତି । ଖାଇବା ପ୍ରତିଯୋଗିତା ହେଲେ ସବୁବେଳେ ସେ ବାଜି ମାରିନେଇଥାନ୍ତି । ବ୍ରିଟିସ ଇଟିଙ୍ଗ ଲିଗର ଟୋପ ର‍୍ୟାଙ୍କରେ ସେ ନିଜର ସ୍ଥାନ ଅଧିକାର କରିଛନ୍ତି । ନିକଟରେ ସେ ଏକ ଫାଷ୍ଟ ଫୁଡ ଚେନରେ ଯାଇଥିଲେ ଓ ସେଠାରେ ଥିବା ସମ୍ପୂର୍ଣ୍ଣ ମେନ୍ୟୁ ଅର୍ଡର କରି ଖାଇଥିଲେ । ସେଠାରେ ସେ ଆଠଟି ବର୍ଗର, ଚାରୋଟି ହଟଡଗ, ଦୁଇଟି ର୍ପୋଶାନ ଫ୍ରାଇଜ , ତିନୋଟି ସାଣ୍ଡୱିଚ ଓ ଦୁଇଟି ମିଲ୍କ ସେକ ମାତ୍ର ୬୧ ମିନିଟ ସମୟ ମଧ୍ୟରେ ଖାଇ ଶେଷ କରିଥିଲେ ।

ଏହି ଖାଇବା ଖାଇ ସେ ୪୦୦ ୟୁରୋ ରୋଜଗାର କରିଥିଲେ ଅର୍ଥାତ ୩୯ ହଜାର ଟଙ୍କାର ପୁରଷ୍କାର ଜିତିଥିଲେ । ତେବେ ଜିତିଥିବା ସେହି ଟଙ୍କା ଓ କିଛି ଖାଦ୍ୟକୁ ସେ ଚାରିଟିରେ ଡୋନେଟ କରିଥିଲେ । ଏହି ସବୁ ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସେ ୟୁଟୁବରେ ମଧ୍ୟ ସେୟାର କରିଥିଲେ । କାଇଲଙ୍କ କହିବା ଅନୁସାରେ ସେ ଏହିଭଳି ରୋମାଞ୍ଚକ କାମ କରିବାକୁ ପସନ୍ଦ କରିଥାନ୍ତି । ଖାଇବାକୁ ପାଉନଥିବା ଗରିବ ଲୋକଙ୍କୁ ସେ ଖାଦ୍ୟ ଖାଇ ରୋଜଗାର କରିଥିବା ଟଙ୍କା ଦ୍ୱାରା ସାହାଯ୍ୟ କରିଥାନ୍ତି ଓ ତାଙ୍କର ସମସ୍ତ ଟଙ୍କା Newcastle West End Foodbank କୁ ଦାନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.