କଳିଯୁଗର ପିଶାଚ ବାପା: ଛୁଆ କାନ୍ଦିବାରୁ ଛାତିକୁ ଦେଲେ ଦି ଗୋଇଠା, ଚାଲିଗଲା ୨ ବର୍ଷର ପୁଅ ଜୀବନ

ପୁଅ କାନ୍ଦିଲେ ମା’ବାପା ତାକୁ ଖେଳଣା ଦେଖାଇ କିମ୍ବା ବାହାରକୁ ନେଇ ଚୁପ୍‌ କରାଇଥାନ୍ତି। କିନ୍ତୁ ଉତ୍ତରାଖଣ୍ଡରେ ଜଣେ ବାପା ପୁଅ କାନ୍ଦିବାରୁ ତାକୁ ଚୁପ୍‌ କରାଇବା ବଦଳରେ ପୂରା ଚୁପ୍‌ କରିଦେଇଛନ୍ତି। ରାତିରେ ଶୋଇବା ବେଳେ ପୁଅ କାନ୍ଦିବାରୁ ବାପା ଛୁଆକୁ ଜୀବନରୁ ମାରି ଦେଇଥିବା ଭଳି ଦେହ ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସାବତ ବାପା ଏଭଳି କାଣ୍ଡ ଭିଆଇଛି। ପୁଅକୁ ମାରି ଦେବା ପରେ ସେ ଘଟଣାକୁ ଚପାଇ ଦେବାକୁ ଚାହୁଁଥିଲା ଏଣୁ ତୁରନ୍ତ ପୋଡ଼ିବାକୁ ଯୋଜନା କରୁଥିଲା। କିନ୍ତୁ ଇତି ମଧ୍ୟରେ କେହି ପୋଲିସକୁ ଖବର ଦେଇଦେବାରୁ ସବୁ ଯୋଜନା ପଣ୍ଡ ହୋଇଯାଇଥିଲା। ପୋଲିସ ପହଞ୍ଚି ଛୁଆର ମୃତ ଦେହକୁ ଜବତ କରିବା ସହ ପିଶାଚ ବାପାକୁ ଜେଲ ପଠାଇଛି।

ଜେଲ ଯିବା ପରେ ଅଭିଯୁକ୍ତ ନରେଶ ଯାହା କହିଛି ତାହା ଥିଲା ଏଭଳି। ସହରର ରେଲେଓ୍ଵ କଲୋନୀ ବୋର୍ଡ ନମ୍ବର ୪ ନିବାସୀ ଶବାନା ପ୍ରଥମ ସ୍ୱାମୀ ରାଜୁ ମିଆଁଙ୍କଠାରୁ ସମ୍ପର୍କ କାଟି ଗୋଟିଏ ପୁଅ ଓ ଝିଅ ସହ ପିଲିଭିତି ଜିଲ୍ଲାର ଦେବରିୟା ନିବାସୀ ନରେଶଙ୍କୁ ବିବାହ କରିଥିଲା। ନରେଶ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲା। ଶବାନାକୁ ଭଲ ପାଇ ବିବାହ କରିଥିଲେ ମଧ୍ୟ ନରେଶ ତା’ ଦୁଇଟି ଛୁଆକୁ ଆଦୌ ଭଲ ପାଉନଥିଲା। ପ୍ରତି କଥାରେ ସେ ଛୁଆଙ୍କୁ ମାରପିଟ କରୁଥିଲା।

crime

ଶନିବାର ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ ଅଧରାତିରେ ଦୁଇ ବର୍ଷର ପୁଅ ସୋନୁ ଉଠି କାନ୍ଦିବାକୁ ଲାଗିଲା। ଶବାନା ଆସି ସୋନୁକୁ ବୁଝାଇବା ପୂର୍ବରୁ ହିଁ ନରେଶ ପୁଅର ଛାତିକୁ ଗୋଇଠା ମାରିଥିଲା। ସୋନୁ ଜୋରରେ ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲା। ସୋନୁକୁ କାହିଁକି ମାରିଲ ବୋଲି ଶବାନା ପଚାରିବାରୁ ନରେଶ ତାକୁ ମଧ୍ୟ ପାଟି କରିଥିଲା। ସାରା ରାତି ସୋନୁ ସେମିତି କଷ୍ଟରେ କାନ୍ଦୁଥାଏ। ଶବାନା ତାକୁ ମେଡିକାଲ ନେବାକୁ କହିବାରୁ ନରେଶ ମୁହଁ ବନ୍ଦ ରଖିବାକୁ କହିଥିଲା। ଅଧିକ ବକବକ ହେଲେ ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ରବିବାର ସକାଳ ଯାଏଁ ସୋନୁ ସେମିତି କାନ୍ଦି କାନ୍ଦି ସନ୍ଧ୍ୟା ବେଳକୁ ସବୁଦିନ ପାଇଁ ନିରବୀ ଯାଇଥିଲା।

ଶବାନା ପୁଅକୁ ମେଡିକାଲ ନେଇଯିବାରୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ନରେଶ ଡରରେ ଶବାନା ଚାହିଁଲେ ବି ପୋଲିସକୁ କିଛି କହିପାରିନଥିଲା। ନରେଶ ତୁରନ୍ତ ସୋନୁର ଶବ ସତ୍କାର କରିବାକୁ ପ୍ରସ୍ତୁତି କରୁଥିବା ବେଳେ କେହି ଜଣେ ପୋଲିସକୁ ଖବର ଦେଇ ସୋନୁ ମରିନି ବରଂ ତାକୁ ତା ବାପା ମାରିଛି ବୋଲି ସୂଚନା ଦେଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୋନୁର ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଏଥିସହ ଶବାନାକୁ ଜୋର ଦେଇ ପଚାରିବାକୁ ସେ ସବୁ ସତ ମାନିଯାଇଥିଲା। ଶବାନାର ବୟାନକ୍ରମେ ପୋଲିସ ନରେଶ ବିରୋଧରେ ମାମଲା ରୁଜୁ କରି ତାକୁ ଜେଲ ପଠାଇଛି। ତେବେ ମା’ର ଦ୍ୱିତୀୟ ବିବାହ ଯୋଗୁ ଏକ ୨ ବର୍ଷର ନିଷ୍ପାପ ଶିଶୁ ନିଜ ଜୀବନ ହରାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.