Below header

ରାଜ୍ୟରେ ଆଜି  ୮୪୦୧ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୧୮୨୫ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବେଶ କିଛି ଦିନ ହେବ ହୁ ହୁ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ଦୁଃଖ ଦେଉଛି ତାଠାରୁ କିଛି ମାତ୍ରାରେ ଆଶ୍ବସ୍ତୀ ଦେଉଛି କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା। ଆଜି ୧୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮୪୦୧ ଜଣ ଆକ୍ରାନ୍ତ ।

ଖୋର୍ଦ୍ଧାରୁ ସର୍ବାଧିକ ୧୮୨୫ ଓ ସୁନ୍ଦରଗଡ଼ରୁ ୯୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩୧୬୫୮କୁ ବୃଦ୍ଧି ଘଟିଛି । ରାଜ୍ୟ   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୪୮୧, ନବରଂଗପୁରରୁ ୩୪୬, ଝାରସୁଗୁଡ଼ାରୁ ୩୪୩, ଅନୁଗୁଳରୁ ୩୨୨, ମୟୂରଭଂଜରୁ ୩୦୮, ସମ୍ବଲପୁରରୁ ୩୦୭, ନୂଆପଡ଼ାରୁ ୨୯୭, ପୁରୀରୁ ୨୮୭, ବରଗଡ଼ରୁ ୨୭୦, ଯାଜପୁରରୁ ୨୪୦, ବଲାଙ୍ଗୀର ଓ କେନ୍ଦୁଝରରୁ ୨୩୪ ଲେଖାଏଁ, ଗଂଜାମରୁ ୨୨୨, ବାଲେଶ୍ୱରରୁ ୨୦୦, ଗଜପତିରୁ ୧୫୭, ରାୟଗଡ଼ାରୁ ୧୪୭, କଳାହାଣ୍ଡିରୁ ୧୨୩, ନୟାଗଡ଼ରୁ ୧୨୦, ସୁବର୍ଣ୍ଣପୁରରୁ ୧୧୨ ଓ ଜଗତସିଂହପୁରରୁ ୧୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଦେବଗଡ଼ରୁ ୯୬ ଜଣ, କେନ୍ଦ୍ରାପଡ଼ାରୁ ୮୫, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୨୬, ବୌଦ୍ଧରୁ ୨୦ ଓ ରାଜ୍ୟପୁଲରୁ ୩୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.