Below header

ଚେହେରାରେ Bleaching କରିବାକୁ ଯାଉଛନ୍ତି ଯଦି ଏହି ୧୦ଟି କଥା ଉପରେ ରଖନ୍ତୁ ଧ୍ୟାନ

ଆପଣଙ୍କୁ ପାର୍ଟି ଯିବାର ଅଛି, ହେଲେ ଚେହେରାରେ ଦାଗ ହିଁ ଦାଗ ନଜର ଆସୁଛି। ତ ଚେହେରାକୁ ଦାଗହୀନ ଏବଂ ଗୋରା କରିବା ପାଇଁ Bleaching ଏକ ଶସ୍ତା ତଥା ଜଲଦି ଉପାୟ। କିନ୍ତୁ ଆପଣଙ୍କୁ ବୁଝିବାକୁ ହେବ ଯେ Bleaching କ୍ରିମରେ ବହୁତ କେମିକାଲ ରହିଥାଏ, ଯାହା ଚେହେରାକୁ କ୍ଷତି ପହଞ୍ଚାଇଥାଏ।

ଯଦି ଆପଣଙ୍କୁ Bleaching ଲଗାଇବାର ଅଛି, ତା’ହେଲେ ଖାସ ଧ୍ୟାନ ଦେବା ଉଚିତ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ।

୧. ମାସକୁ ଥରେ ଚେହେରାରେ Bleach କରିବା ଉଚିତ।

୨. Bleaching କ୍ରିମକୁ ଥଣ୍ଡା ଏବଂ ଶୁଖିଲା ଜାଗାରେ ରଖିବା ଉଚିତ।

୩. Bleach ଲଗାଇବା ପୂର୍ବରୁ ସେହି ଜାଗାକୁ ହାଲୁକା ସାବୁନ ଲଗାଇ ପାଣିରେ ଧୋଇ ପୋଛି ନିଅନ୍ତୁ।

୪. Bleach ଲଗାଇବା ପରେ ଯଦି ଚେହେରାରେ ଜ୍ବଳନ ହେଉଛି, ତାହାର ଅର୍ଥ ଏହା ଆପଣଙ୍କ ଚେହେରାରେ ଭଲ କାମ ଦେଉଛି।

୫. କେବେ ବି ଗରମ ପାଣିରେ ଗାଧୋଇବା ପରେ Bleach କରନ୍ତୁ ନାହିଁ।

୬. Bleach କରିବା ପରେ ତ୍ୱଚାକୁ ନିଃଶ୍ବାସ ନେବା ପାଇଁ ୬-୮ ଘଣ୍ଟା ସେହିପରି ଛାଡ଼ି ଦିଅନ୍ତୁ। ଏହା ଉପରେ ଆଉ କିଛି ଲଗାନ୍ତୁ ନାହିଁ। ରାତିରେ Bleaching କରିବା ଭଲ।

୭. Bleaching ପରେ ସୂର୍ଯ୍ୟଙ୍କ କିରଣଠୁ ଅତି କମରେ ୨୪ ଘଣ୍ଟା ଦୂରେଇ ରୁହନ୍ତୁ।

୮. Bleaching କରିବାର ଠିକ ପୂର୍ବରୁ ହିଁ କ୍ରିମ ପ୍ରସ୍ତୁତ କରନ୍ତୁ।

୯. ଆଇବ୍ରୋ କିମ୍ବା ଚେହେରା ସେଭିଂ କରିବାର କିଛି ଦିନ ପର୍ଯ୍ୟନ୍ତ Bleach କରନ୍ତୁ ନାହିଁ।

୧୦. Bleach କରିବା ପରେ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଜ୍ବଳନ ହୁଏ, ତେବେ ନଡ଼ିଆ ତେଲ କିମ୍ବା ବରଫ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.