ଆଇସିସିସିି ୱାର୍ଲଡ୍‌ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ସହ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ଆଇସିସିସିି ୱାର୍ଲଡ୍‌ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ସହ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୨୦ ଜଣିଆ ଦଳ ଘୋଷିତ ହୋଇଛି। ଦଳରେ ଅଛନ୍ତି ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, ହନୁମା ବିହାରୀ, ଋଷଭ ପନ୍ଥ, ଆର୍‌.ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୱାସିଂଟନ ସୁନ୍ଦର, ଯଶପ୍ରିତ ବୁମ୍‌ରା, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଓ ଉମେଶ ଯାଦବ।

ଯଦି ଫିଟ୍‌ ରହିବେ ତେବେ ଗସ୍ତରେ ଯିବେ କେ.ଏଲ୍‌.ରାହୁଲ ଓ ଋଦ୍ଧିମାନ ଶାହ। ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିରୋଧରେ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନଲ ଖେଳିବ ଭାରତ। ଏହାସହ ଇଂଲଣ୍ଡ ବିରୋଧରେ ୫ଟି ଟେଷ୍ଟ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ଘୋଷିତ ଦଳରୁ ବାଦ୍‌ ପଡିଛନ୍ତି ପୃଥ୍ଵୀ ଶ , ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ। ଷ୍ଟାଣ୍ଡ ବାଏ ଖେଳାଳି ଅଛନ୍ତି, ଅଭିମନ୍ୟୁ ଈଶ୍ୱରନ୍‌, ପ୍ରସିଦ୍ଦ କ୍ରିଷ୍ଣା, ଅଭେଶ ଖାନ୍‌ ଓ ଆର୍ଜନ ନାଗୱାସ୍ୱାଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.