ଦୃଢ଼ ପ୍ରତିଷେଧକ ପଦକ୍ଷେପ ନେଲେ ସବୁଠି ଆସି ନପାରେ ଥାର୍ଡ ୱେଭ୍: କେ. ବିଜୟ ରାଘବନ

କେନ୍ୟୁଜ୍(ବ୍ୟୁରୋ):  ସବୁଠି ଆସି ନପାରେ ଥାର୍ଡ ୱେଭ୍ । ନିଜର ପୁରୁଣା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ । ସେ କହିଛନ୍ତି ଯଦି, ଦୃଢ଼ ପ୍ରତିଶେଧକ ପଦକ୍ଷେପ ନିଆଗଲେ ଦେଶର ସବୁଠି ଥାର୍ଥ ୱେଭ୍ ଆସି ନପାରେ । ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ ଓ ସହରସ୍ତରରେ ଗାଇଡଲାଇନ୍‌ କିଭଳି ପାଳନ ହେଉଛି ତା ଉପରେ ଏହା ନିର୍ଭର କରେ ।

ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହୁଛି ପିକ୍‌ ଓ ଫଲ୍‌ । ୱେଭ୍ ନକହି ସଂକ୍ରମଣର ତୀବ୍ରତା, ସ୍ଥାନ ଓ ସମୟ ସଂପର୍କରେ କହିବା ଅଧିକ ଉପଯୋଗୀ ବୋଲି ରାଘବନ କହିଛନ୍ତି । ଟେଷ୍ଟିଂ, ଟ୍ରିଟିଂ ଓ କଣ୍ଟେନିଂ ସଠିକ ଭାବେ ଅନୁପାଳନ ହେଲେ ଭାଇରସ୍‌ ବ୍ୟାପିବାକୁ ଅଟକା ଯାଇପାରିବ ବୋଲି ସେ କହିଛନ୍ତି । ଦେଶରେ ଥାର୍ଡ ୱେଭ୍ ନିଶ୍ଚିତ ଆସବ ବୋଲି ଗତ ବୁଧବାର କହିଥିଲେ କେ ରାଘବନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.