Below header

ଅମାନିଆଙ୍କ ଆକ୍ରମଣର ଶିକାର ହେଲେ ଆଉ ଜଣେ ତହସିଲଦାର, ଏସ୍‌ଆଇ ବି ଆହତ

ମୋହନା (କେନ୍ୟୁଜ୍‌) : ପୁଣି ଜଣେ ତହସିଲଦାର ଅମାନିଆ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବଲେଶ୍ୱର ପରେ ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ ଗ୍ରାମ ଖ୍ରିଷ୍ଟିୟାନ ସାହିରେ ।

ଆଜି କୋଭିଡ଼ ନିୟମ ଭାଙ୍ଗି ଗାଁରେ ଏକାଧିକ ବାହାଘର ପ୍ରୋସେସନ ଚାଲିଥିଲା । ପୁଣି ଧୁମ୍‌ଧାମ୍‌ରେ ଭୋଜିଭାତ ସହ ବାଣ ବି ଫୁଟା ଚାଲିଥିଲା । ଖବର ପାଇ ଘଟଣା ସ୍ଥଳରେ ଆର. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ ଥାନା କର୍ମଚାରୀ ପହଞ୍ଚି ଥିଲେ । ସେମାନେ ଏସବୁକୁ ବାରଣ କରିବାରୁ ଶତାଧିକ ଲୋକେ ତହସିଲଦାର ଏବଂ ଥାନା ଏସ.ଆଇ ମୁକେଶ ଲାକ୍ରାଙ୍କୁ ଗୋଡାଇ ଗୋଡାଇ ପଥର ଏବଂ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେମାନେ ଆହତ ହୋଇଛନ୍ତି ।

ରକ୍ତାକ୍ତ ଅବସ୍ଥାରେ ତହସିଲଦାର ଏବଂ ଥାନା କର୍ମଚାରୀ ପ୍ରାଣ ବିକଳରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ l ବର୍ତ୍ତମାନ ଆହତମାନେ ଆର. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଗଜପତି ଏସ.ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫୋର୍ସ ସହ ଏସଡିପିଓ ଦିଲୀପ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.