Below header

କେନ୍ଦୁଝର: ଚମ୍ପୁଆ ପତଳା ଗ୍ରାମରେ କାଳବୈଶାଖୀ ତାଣ୍ଡବ ବଜ୍ରପାତରେ ତିନି ଗାଈ ମୃତ  

କେନ୍ୟୁଜ୍(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପତଳା ଗ୍ରାମରେ ଆଜି କାଳ ବୈଶାଖୀ ଅନୁଭୂତ ହୋଇଥିଲା । ଏହି କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ସମୟରେ ଘଟିଥିବା ବଜ୍ରପାତରେ ଅଙ୍କୁର ମୁଣ୍ଡାଙ୍କ ତିନୋଟି ଗାଈର ମୃତ୍ୟୁ ହୋଇଛି ।

ଦିନେ ଅଙ୍କୁର ମୁଣ୍ଡା ଏହି ତିନୋଟି ଗାଈର କ୍ଷୀର ବିକି ପରିବାରର ଭରଣ ପୋଷଣ କରୁଥିଲେ । ତାଙ୍କର ସମ୍ବଳ କହିଲେ ତିନୋଟି ଗାଈ ଓ ମୂଲ ଲାଗିବା । ଆଜିର ବଜ୍ରପାତ ପରେ ଅଙ୍କୁରଙ୍କ ମୁଣ୍ଡରେ ଚଡକ ପଡିଛି କିପରି ପରିବାର ପ୍ରତିପୋଷଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.