Below header

ଏହି ତିନି ରାଶିର ବ୍ୟକ୍ତି ବିଶେଷଙ୍କ ଉପରୁ ଖୁବ ଶୀଘ୍ର ଉଠିବାକୁ ଯାଉଛି ଶନି ଦେବଙ୍କ ପ୍ରଭାବ, ଆସୁଛି ଭଲ ସମୟ

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କର ଏକ ବିଶେଷ ମହତ୍ୱ ରହିଛି । ତାଙ୍କୁ ଗ୍ରହମାନଙ୍କର ରାଜା ବୋଲି ମଧ୍ୟ କୁହାଯାଏ । କିନ୍ତୁ ସାଧାରଣ ଲୋକଙ୍କର ଶନିଙ୍କ ପ୍ରତି ମନରେ ଏକ ଭୟ ରହିଥାଏ । ଶନିଙ୍କ ସାଢେ ସତୀ, ଶନି ମହାଦଶା ଆଦି ଶୁଣିଲେ ଲୋକଙ୍କ ହାତଗୋଡ ଥରି ଯାଏ । କାଳେ ଶନିଙ୍କର ଅଶୁଭ ଦୃଷ୍ଟି ତାଙ୍କ ଉପରେ ପଡିବ, କାଳେ କିଛି ବିରାଟ କ୍ଷତି ଘଟିବ ଏନେଇ ସମସ୍ତଙ୍କ ମନରେ ଏକ ଭୟ ବସା ବାନ୍ଧିବସେ । କିନ୍ତୁ ଶନିଯେ ସବୁବେଳେ ଅଶୁଭ ଫଳ ଦେବେ ଏମିତି ଭାବିବା ବି ଭୁଲ । ଜଣଙ୍କ ରାଶିରେ ଶନି ଚଳନ ଥାଇ ମଧ୍ୟ ସେ ବିଭିନ୍ନ ପ୍ରକାର ସୁଖସୁବିଧା ଲାଭ କରିବା ସହ ଜୀବନରେ ଅନେକ ଉନ୍ନତି ମଧ୍ୟ କରିପାରନ୍ତି । ଏମିତିକି ଖୁବ କମ ସମୟ ଭିତରେ ଅନେକ ଧନ ଦୌଲତ ମଧ୍ୟ ଲାଭ କରି ପାରନ୍ତି । ତେବେ ଆସନ୍ତୁ ସେବିଷୟରେ ଆଜି ଜାଣିବା ।

mahadeb

– ଶନିଙ୍କ ରାଶି ପରିବର୍ତ୍ତନ ପ୍ରାୟ ଅଢେଇ ବର୍ଷରେ ଥରେ ହୋଇଥାଏ । କାରଣ ଅନ୍ୟ ଗ୍ରହଙ୍କ ଭିତରେ ସବୁଠୁ ଧୀର ଗତିରେ ଶନି ହିଁ ଚାଲିଥାନ୍ତି । ବର୍ତ୍ତମାନ ସମୟରେ ସେ ମକର ରାଶିରେ ଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ କୁମ୍ଭ ରାଶିରେ ପ୍ରବେଶ କରିବେ ।

– ଆଉ ଏହା ପରେ ଧନୁ ରାଶି ବ୍ୟକ୍ତିବିଶେଷଙ୍କ ସାଢ଼େ ସାତି ପ୍ରଭାବ ସରିଯିବ । ଏହା ସହ ମିଥୁନ ଓ ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭାବ ସରିଯିବ ।

shani dev  କେମିତି କରିବେ ପ୍ରସନ୍ନ:

ଶନିଙ୍କ ଠାରୁ ଶୁଭ ଫଳ ପାଇବା ପାଇଁ ମହାଦେବଙ୍କ ଉପାସନା କରିବା ଉଚିତ । ନିୟମପୂର୍ବକ ଶିବ ପଞ୍ଚାକ୍ଷରୀ ମନ୍ତ୍ର ବା ଶିବ ସହସ୍ରନାମ ଜପିଲେ ସମସ୍ତ ଯାତନାରୁ ମୁକ୍ତି ମିଳିଥାଏ । ଏହା ସହ ନକାରାତ୍ମକ ଶକ୍ତିଙ୍କର ବି ବିନାଶ ଘଟିଥାଏ ।

ଭଗବାନ ଶିବଙ୍କ ପରି ତାଙ୍କ ଅଂଶବିଶେଷ ଭାବେ ଜଣା ବଜରଙ୍ଗବଲୀଙ୍କ ଆରାଧନା କଲେ ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିଥାଏ । ସୁଂଦରଖଣ୍ଡ ପାଠ କରିବା ସହିତ ନିଜ କ୍ଷମତା ଅନୁସାରେ କିଛି ମିଠା ପ୍ରସାଦ ଆକାରରେ ଚଢ଼ାନ୍ତୁ । କଳା ରଙ୍ଗର ଅପରାଜିତା ଫୁଲ ଚଢେଇବା ସହ ରାଶି ତେଲରେ ଦୀପ ଜାଳନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.