ଖରସ୍ରୋତା ନଦୀରେ ବୁଡ଼ିଯାଇ ୬ଜଣ ନିଖୋଜ ଘଟଣା: ଆଉ ଜଣେ ନିଖୋଜଙ୍କ ମୃତଦେହ ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ୍):  ରଙ୍ଗର ପର୍ବରେ ଶୋକର ଛାୟା । ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ଗାଁରେ ଖରସ୍ରୋତା ନଦୀରେ ଭାସି ଯାଇଥିବା ୬ ଜଣ ସଂପର୍କୀୟ ଭାଇଙ୍କ ମଧ୍ୟରୁ ଶେଷ ନିଖୋଜ ଯୁବକଙ୍କ  ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଶ୍ୱଜିତ୍‌ ନାୟକ। ପୂର୍ବରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।  ଓଡ୍ରାଫ ଟିମ ସକାଳୁ ଖୋଜାଖୋଜି ଆରମ୍ଭ କରି ବିଶ୍ୱଜିତ ଜେନାଙ୍କ ମୃତ ଦେହ ଉଦ୍ଧାର କରିଛି। ଗତକାଲି ରାତିସୁଦ୍ଧା ୫ ଜଣ ଉଦ୍ଧାର ହୋଇଥିଲେ ।

ଗତ ଶୁକ୍ରବାର ଦିନ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ଶୁକ୍ରବାର ୨ ଜଣ ଓ ଗତକାଲି ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ୬ ଜଣଙ୍କ ମୃତ୍ୟୁପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସଂପର୍କୀୟଙ୍କ ଆଖିରୁ ଶୁଖୁନି ଲୁହ, କାନ୍ଦବୋବାଳିରେ ଫାଟି ପଡୁଛି ପରିବେଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.